Site icon UTKAL PRATIDIN

ଦୁଇ ଦିନ ପରେ ବଦଳିବ ପାଗ; ଜଣାନ୍ତୁ ତାପମାତ୍ରା କେତେ ରହିବ ?

temperature-2

ଭୁବନେଶ୍ବର : ରାଜ୍ୟରେ ଫେବୃଆରୀ ମାସରୁ ରାତି ତାପମାତ୍ରା ବଢ଼ୁଥିବାବେଳେ ଦିନରେ ମଧ୍ୟ ତାତି ଅନୁଭୂତ ହେଲାଣି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଏପରି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ହାଲୁକା ବର୍ଷା ହୋଇଛି।

ଯୋଡାରେ ୧୧.୪ ମି.ମି.ଏବଂ କେନ୍ଦୁଝରରେ ୧.୪ ମି.ମି ବର୍ଷା ହୋଇଛି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା  ୩୫ ଡିଗ୍ରୀ ଉପରେ ରହିଥିବାବେଳେ ଭୁବନେଶ୍ବରରେ ୩୧.୮ ଏବଂ କଟକରେ ୩୦.୨ ଡିଗ୍ରୀ ରେକର୍ଡ଼ ହୋଇଛି। କିରେଇରେ ସବୁଠୁ କମ୍ ୧୪.୪ ଡିଗ୍ରୀ ଏବଂ ଫୁଲବାଣୀରେ ୧୫.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ ହୋଇଛି।

୧୭ଟି ସହରରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି। ପୁରୀରେ ସର୍ବାଧିକ ୨୪.୧ ଡିଗ୍ରୀ, ଭୁବନେଶ୍ବର ଏବଂ ପାରାଦ୍ବୀପରେ ୨୩.୫ ଡିଗ୍ରୀ ରେକର୍ଡ଼ ହୋଇଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରୀ ଯାଏଁ ଅଧିକ ରେକର୍ଡ଼ ହୋଇଛି।

Exit mobile version