ତିରୁପତି ବିବାଦ ପରେ ଏବେ ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ।ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ହେଉଛନ୍ତି ବଳଭଦ୍ର ।ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାରକୁ ନେଇ ସେବାୟତ ମହଲରେ ଅସନ୍ତୋଷ ତେଜିଛି ।
ମନ୍ଦିର ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ ଠାକୁରଙ୍କ ପାଖରେ ଲାଗି କରି ନୀତିକାନ୍ତି କରିବେ ନାହିଁ ବୋଲି ସେବାୟତମାନେ ଅଡ଼ି ବସିଥିଲେ ।ପରେ ମନ୍ଦିର ପ୍ରଶାସନ ତରଫରୁ ନୂଆ ଘିଅ ଯୋଗାଇ ଦିଆଯିବା ପରେ ବଳଦେବଜୀଉଙ୍କ ନୀତିକାନ୍ତି ହୋଇଥିଲା ।ଘିଅର ମନ ପରୀକ୍ଷା ହେବା ସହ ଏ ସମ୍ପର୍କରେ ତଦନ୍ତ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

