
ବାତ୍ୟା ଦାନା ତାର କରାଳ ରୂପ ଦେଖେଇ ଚାଲିଯାଇଛି । ହେଲେ ଦେଇଯାଇଛି ଅସୁମାରୀ ଦୁଃଖ।କେଉଁଠି ମାଟିରେ ମିଶିଛି ଘର ତ ଆଉ କେଉଁଠି ଜଳବନ୍ଦୀରେ ଜୀବନ କାଟୁଛନ୍ତି ଲୋକେ । ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନେକଙ୍କ ଘରେ ପାଣି ପଶି ଦୁର୍ଦ୍ଦଶାକୁ ଆହୁରି ଦୁଇ ଗୁଣ କରିଛି ।
ବାତ୍ୟାରେ ଅନେକ ଫସଲ କ୍ଷତିଗ୍ରସ୍ତ ହୋଇଛି ।ବାତ୍ୟା ପରେ ରାଜ୍ୟସରକାର ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି ।୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର, ୬ ମାସ ଭିତରେ ମିଳିବ ଘର ।ଓଡ଼ିଶାକୁ ଅତିକ୍ରମ କରି ଚାଲିଯାଇଛି ଏକ ବଡ଼ ବାତ୍ୟା ‘ଦାନା’ ।
ବାତ୍ୟା ଦାଉରୁ ମୁକୁଳିବା ପରେ ରାଜ୍ୟ ସରକାରଙ୍କୁ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ୨୦ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ।ଖୁବଶୀଘ୍ର ରାଜ୍ୟର ୨୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ତେବେ ଆସନ୍ତା ୬ ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ।ଘର ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କୁ ଏହି ଲାଭ ମିଳିପାରିବ ଏବଂ ଯଥାଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ନାଏକ ସୂଚନା ଦେଇଛନ୍ତି । ହିତାଧିକାରୀମାନଙ୍କ ସର୍ଭେ ଜାରି ରହିଛି । ଏହି ସର୍ଭେ ସରିବା ପରେ ସମସ୍ତଙ୍କ ପକ୍କା ଘର ପ୍ରଦାନ କରିବେ ସରକାର ।
ଏଥିପାଇଁ ଜିଲ୍ଲାପାଳ ଏବଂ ବିଡିଓଙ୍କ ସର୍କୁଲାର ପହଞ୍ଚି ସାରିଛି । ତେଣୁ ଖୁବଶୀଘ୍ର ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଘର ପାଇପାରିବେ ।ତେବେ ଦେଖିବାକୁ ବାକି ରହିଲା କେବେ ହିତାଧିକାରୀଙ୍କୁ ଘର ମିଳୁଛି ତାହା ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।