Site icon UTKAL PRATIDIN

ଜେରୋଧା ପ୍ରତିଷ୍ଠାତାଙ୍କୁ ଡେଟ୍ କରୁଛନ୍ତି ରିୟା

download

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଦୀର୍ଘ ସମୟ ଧରି ବିବାଦରେ ରହିଥିଲେ। ରିୟା ଏବଂ ସୁଶାନ୍ତ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ବର୍ତ୍ତମାନ ରିୟା ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି ଏବଂ ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରତି ଧ୍ୟାନ ଦେଉଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ରିୟାଙ୍କ ଜୀବନକୁ ପୁଣି ଥରେ ଫଗୁଣ ଫେରିଛି। ସୁଶାନ୍ତ ଓ ବିରାଟ କୋହଲିଙ୍କ ମ୍ୟାନେଜର ବଣ୍ଟି ସଜଦେହଙ୍କୁ ଡେଟ୍ କରିବା ପରେ ଏବେ ସେ ଜଣେ ବ୍ୟବସାୟୀଙ୍କୁ ଡେଟ୍ କରୁଛନ୍ତି।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ରିୟା ଚକ୍ରବର୍ତ୍ତୀ ବ୍ୟବସାୟୀ ନିଖିଲ କାମତଙ୍କୁ ଡେଟ କରୁଛନ୍ତି। ନିଖିଲ ଜେରୋଧା କମ୍ପାନିର ପ୍ରତିଷ୍ଠାତା। ଏହା ଏକ ଆର୍ଥିକ ସେବା କମ୍ପାନି ଯାହା ଷ୍ଟକ୍ ମାର୍କେଟରେ ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡ କାରବାର ପାଇଁ ଲୋକଙ୍କୁ ଏକ ପ୍ଲାଟଫର୍ମ ଯୋଗାଏ।

ରିୟା ଚକ୍ରବର୍ତ୍ତୀଙ୍କୁ ଡେଟ୍ କରିବା ପୂର୍ବରୁ ନିଖିଲ ବିଶ୍ବ ସୁନ୍ଦରୀ ମାନୁଷି ଛିଲାରଙ୍କୁ ଡେଟ କରିଥିଲେ। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମାନୁଷି ଏବଂ ନିଖିଲ ବର୍ଷେ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରୁଥିଲେ। ହେଲେ ଦୁହିଁଙ୍କର ବ୍ରେକଅପ ହୋଇଥିଲା।

Exit mobile version