ରାଜ୍ୟରେ ଆଳୁ ସଙ୍କଟ କମିନଥିବା ବେଳେ ଏବେ ପିଆଜ ଦର ବୃଦ୍ଧି ପାଇଲାଣି ।ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଆଳୁ ଦର ବୃଦ୍ଧି ହୋଇଥିଲା କିନ୍ତୁ ଏବେ ପିଆଜ ଦର ମଧ୍ୟ ବୃଦ୍ଧି ପାଇଲାଣି ଯାହା ଖାଉଟିଙ୍କୁ ଚିନ୍ତାରେ ପକେଇଲାଣି ।ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୩୫ ଟଙ୍କାକୁ ହ୍ରାସ ପାଇଛି।କିନ୍ତୁ ବଜାରରେ ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ।ସାଧାରଣତଃ ବଜାରରେ ୨ପ୍ରକାରର ପିଆଜ ଦେଖିବାକୁ ମିଳୁଛି ।
ଛୋଟ ପିଆଜ ୫୫ଟଙ୍କାରେ ବିକ୍ରି ହେଉଥିଲା ବେଳେ ବଡ ପିଆଜ ୬୦ଟଙ୍କାରେ ବିକ୍ରି ହେଉଛି ।ପିଆଜର ଦର ଆହୁରି ବୃଦ୍ଧି ହେବ ବୋଲି କହିଛନ୍ତି ବ୍ୟବସାୟୀ ।ବେପାରୀଙ୍କ କହିବାକଥା ଅନୁଯାୟୀ, ବର୍ଷା ଯୋଗୁଁ ବାହାରୁ ଆସୁଥିଲା ପିଆଜ ଆସିପାରୁ ନାହିଁ ସେଥିପାଇଁ ମାର୍କେଟରେ ପିଆଜ ଷ୍ଟକ୍ ନାହିଁ। ଆଉ ଯାହା ବସ୍ତା ରହିଛି ସେଥିରୁ ୫ ରୁ ୬ କେଜି ପଚା ବାହାରୁଛି। ସେଥିପାଇଁ ଦର ବଢାଇ ବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ବ୍ୟବସାୟୀ ।ଏକ ମାସ ଧରି ପନି ପରିବା ଦର ବଢ଼ି କି ରହିଛି, ଆଳୁ ଦର ବି କମିବାର ନାଁ ଧରୁନି। ଯାହା ଏବେ ସାଧାରଣ ଖାଉଟିର ଚିନ୍ତାର ବିଷୟ ପାଲଟିଛି।

