
୭ ବର୍ଷ ୪ ମାସ ପରେ ଜମ୍ମୁ କାଶ୍ମିରରେ ଆସିଛି ବଡ ଧରଣର ପରିବର୍ତ୍ତନ ।ରବିବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରରୁ ହଟିଛି ରାଷ୍ଟ୍ରପତି ଶାସନ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା। ବର୍ତ୍ତମାନ ଜମ୍ମୁ କଶ୍ମୀରରେ ନୂତନ ସରକାର ଗଠନ ଲାଗି ଓମାର ଅବଦୁଲ୍ଲାଙ୍କ ପାଇଁ ବାଟ ଫିଟିଛି।
ଜମ୍ମୁ କଶ୍ମୀରରେ ୧୦ ବର୍ଷ ତଳେ ଅର୍ଥାତ ୨୦୧୪ ମସିହାରେ ଶେଷ ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ଜମ୍ମୁ-କଶ୍ମୀରରେ ବିଜେପି-ପିଡିପିର ଗଠବନ୍ଧନ ସରକାର ହୋଇଥିଲା। ୨୦୧୮ ମସିହାରେ ବିଜେପି ଗଠବନ୍ଧନରୁ ଓହରି ଯାଇଥିଲା।
ଯାହାଫଳରେ ଜମ୍ମୁ-କଶ୍ମୀର ସରକାର ଭାଙ୍ଗି ଯାଇଥିଲା ଏବଂ ମେହବୁବୁା ମୁଫତୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେବେଠୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଯେଉଁଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।