Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ

IMAGE_1723783563 (1)

ଆଜି ସକାଳେ ପୁଣି ଜଣେ ଅଧିକାରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ ।ଜଣକ ପରେ ଜଣେ ବଡ଼ ଅଧିକାରୀଙ୍କୁ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ନାଁରେ ଅନେକ ଅଭିଯୋଗ ହୋଇଥିଲା ।ଆଜି ସକାଳେ ଭିଜିଲାନ୍ସ ଟିମ ତାଙ୍କ ଘରେ ଚଢ଼ାଉ କରିଛି ।ଭିଜିଲାନ୍ସ ଟିମ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି।କେନ୍ଦ୍ରାପଡ଼ାରେ ତାଙ୍କ କାର୍ଯ୍ୟାଳୟ, କଟକସ୍ଥିତ କଲ୍ୟାଣୀନଗର ଏବଂ ଭୁନନେଶ୍ୱରର ଲିଙ୍ଗିପୁର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ ।

ପ୍ରଦୀପଙ୍କ କଟକ ନୂଆପଡ଼ାରେ ଥିବା ପୈତୃକ ଘର ସମେତ କଟକ ମଧୁପାଟଣାରେ ଥିବା ଘର, ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ୨ ମହଲା କୋଠା, କଟକ କଲ୍ୟାଣପୁରରେ ଥିବା ସମ୍ପର୍କୀୟ ଘର ଓ କେନ୍ଦ୍ରାପଡ଼ା ଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଛି।ଆଜି ସକାଳେ ଭିଜିଲାନ୍ସ ଟିମ ଘଟଣାର ତଦନ୍ତ ଜାରି ରଖିଛି ।ଏହି ଚଢ଼ାଉରେ ୪ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସହ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି।

Exit mobile version