ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି ।ବୈଠକରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।ରାଜ୍ୟରେ ଅଗ୍ନିବୀରଙ୍କୁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ,ଗୋପାଳପୁର ପୋର୍ଟର ବିକାଶ ପାଇଁ ଅଦାନୀ ଗ୍ରୁପକୁ ମାଲିକାନା ହସ୍ତାନ୍ତର ପାଇଁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।
ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର । ବନ୍ଦରର ୯୫% ଅଂଶଧନ ହାସଲ କଲା ଆଦାନୀ ଗ୍ରୁପ । ଆଉ ବାକି ୫% ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିଲା । ଆଜି ରାଜ୍ୟ କ୍ୟାବିନେଟରେ ଏହି ୯୫%:୫% ଅଂଶଧନ ଚୁକ୍ତିନାମାକୁ ମଞ୍ଜୁରୀ ମିଳିଛି ।