
ପୁରୀ: ଏଣିକି ପାଞ୍ଜିରେ ଭୁଲ୍ ତଥ୍ୟ ଦେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ଯାନି ଯାତ୍ରା ଓ ପର୍ବପର୍ବାଣୀ ନେଇ ଭୁଲ୍ ତଥ୍ୟ ପ୍ରକାଶ କଲେ ଆଇନ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆକ୍ସନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏଥିସହ ପାଞ୍ଚୋଟି ପଞ୍ଜିକାକୁ ସ୍ଵୀକୃତି ପ୍ରଦାନ କରିଛି ଶ୍ରୀମନ୍ଦିର ପ୍ରଶାସନ। କୋହେନୂର, ରାଧାରମଣ, ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ, ଅରୁଣୋଦୟ ପଞ୍ଜିକାକୁ ମିଳିଛି ସ୍ଵୀକୃତି ମିଳିଛି।
ଏହି ପଞ୍ଜିକାରେ ପ୍ରକାଶିତ ପର୍ବପର୍ବାଣୀକୁ ସମସ୍ତ ଜନସାଧାରଣ ଅନୁସରଣ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ, ପଞ୍ଜିକାର, ମୁକ୍ତିମଣ୍ଡପ ପଣ୍ଡିତ ସଭା । ତେବେ ପଞ୍ଜିକା ସମୀକରଣ ବୈଠକ ଶେଷ ହେବା ପରେ ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ପଞ୍ଜିକା ସମନ୍ବୟ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢୀ କହିଛନ୍ତି ଯେ, ଆଜିର ବୈଠକରେ ୫ଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିଥିଲେ। ବୈଠକରେ ବାର୍ଷିକ ପର୍ବପର୍ବାଣି ଅନୁମୋଦିତ ହୋଇଛି। ସେହିପରି ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି । ସହମତି ପରେ ଯଦି କୌଣସି ପଞ୍ଜିକା ବିଭ୍ରାନ୍ତିକର ତଥ୍ୟ ଦିଅନ୍ତି ତାହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୁଲ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏକ ସବକମିଟି ଗଠନ କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।