ମୁମ୍ବାଇ: ମୁହଁ ଖୋଲିଲେ ଅଭିଷେକ |ଖୋଲିଦେଲେ ଘରର ଗୁମର | ହେବନି ବିବାହ ବିଚ୍ଛେଦ | ଅଲଗା ହେବେନି ଷ୍ଟାର ଦମ୍ପତ୍ତି | ଏକାଠି ରହିବେ ଅଭିଷେକ-ଐଶ୍ୱର୍ଯ୍ୟା | ଏକଥା ନିଜେ ଅଭିଷେକ କହିବା ପରେ ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଗୁଜବରେ ପୂର୍ଣ୍ଣଛେଦ ପଡିବ |
ନିଜ ବୈବାହିକ ଜୀବନକୁ ନେଇ ଗତ କିଛି ଦିନ ହେବ ଅଭିଷେକ ବଚନ ଚର୍ଚାରେ ଥିଲେ | ଉଭୟଙ୍କ ବିବାହ ବିଛେଦକୁ ନେଇ ଅନେକ କଥା ଶୁଣିବାକୁ ମିଳୁଥିଲା | ଉଭୟଙ୍କ ମଧ୍ୟରେ ଖୁବ ଶୀଘ୍ର ବିବାହ ବିଚ୍ଛେଦ ହେବ ବୋଲି ସୋସିଆଲ ମିଡିଆରେ ଖବର ଉଡି ବୁଲୁଥିଲା | ତେବେ ଏହି ସବୁ ଖବର ଉପରେ ଏବେ ବିରାମ ଲଗାଇଛନ୍ତି ଅଭିଷେକ | ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅଭିଷେକ ୟୁକେର ଏକ ମିଡ଼ିଆକୁ ସାକ୍ଷାତ୍କାର ଦେଇଥିଲେ | ଏଥିରେ ସେ ନିଜ ବିବାହ ସମୟର ମୁଦି ଦେଖାଇ ଥିଲେ ଏବଂ କହିଥିଲେ, ଆମେ ଏବେ ବି ବିବାହିତ ଅଛୁ |
ଏତିକି ନୁହେଁ, ଅଭିଷେକ କହିଥିଲେ, ଏ ବିଷୟରେ ମୋର କିଛି କହିବାର ନାହିଁ | ତେବେ ଦୁଃଖ ଲାଗୁଛି, ଆପଣମାନେ ଏମିତି ବଢ଼େଇ ଚଢେଇ କାହିଁକି ଖବର ପରିବେଷଣ କରନ୍ତି ? ଗଣମାଧ୍ୟମ ପ୍ରତି ସହାନୁଭୂତି ଦେଖାଇ ସେ ଆହୁରି କହିଥିଲେ, ମୁଁ ବୁଝି ପାରୁଛି, ଆପଣ ଏମିତି କାହିଁକି କରୁଛନ୍ତି | କାରଣ ଆପଣଙ୍କୁ କିଛି ଷ୍ଟୋରୀ ଦେବାକୁ ପଡିଥାଏ | ଠିକ ଅଛି, ଆମେ ସେଲିବ୍ରିଟି | ଆମକୁ ଏସବୁ ସହିବାକୁ ପଡିବ |
ଏଠି କହିରଖିବୁ, ଗତ କିଛିଦିନ ଧରି ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚା ଜୋର ଧରିଥିଲା | ବିଶେଷ କରି ଅନନ୍ତ ଅମ୍ବାନୀଙ୍କ ବିବାହ ଭୋଜିରେ ଐଶ୍ୱର୍ଯ୍ୟା ଓ ଅଭିଷେକ ଅଲଗା ଅଲଗା ଆସିବା ଘଟଣା ଏହି ଗୁଜବକୁ ଆହୁରି ଜୀବନ୍ତ କରିଥିଲା | ଏମିତି ଏକ ସମୟରେ ଅଭିଷେକ ଇନ୍ଷ୍ଟଗ୍ରାମରେ ଗ୍ରେ ଡିଭୋର୍ସ ଉପରେ ଆସିଥିବା କମେନ୍ଟ ଉପରେ ନିଜ ମତାମତ ଦେଇ ବିବାହ ବିଚ୍ଛେଦ ଚର୍ଚାକୁ ଆହୁରି ଚର୍ଚ୍ଚାକୁ ଆଣିଥିଲେ |
ଘର ଗୁମର ଖୋଲିଲେ ଅଭିଷେକ; ବିବାହ ବିଚ୍ଛେଦ ନେଇ ସିଧା ସିଧା କହିଦେଲେ
