Site icon UTKAL PRATIDIN

ହାଇକୋର୍ଟର ଦ୍ଵାରସ୍ଥ ହେଲେ ଆରାଧ୍ୟା ବଚ୍ଚନ, ହେଲେ କାହିଁକି?

1500x900_1467568-delhi-high-court-seeks-googles-response-in-aaradhya-bachchans-petition-against

ମୁମ୍ବାଇ: କୋର୍ଟର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା । ହେଲେ କାହିଁକି ? କ’ଣ ରହିଛି କାରଣ ? ଏହି ଦୁଇ ଷ୍ଟାର୍ ଦମ୍ପତ୍ତିଙ୍କୁ ନେଇ ଯାହା ଚର୍ଚ୍ଚା ହେଉଥିଲା ସେଥିରେ ପଡିବ କି ପୂର୍ଣ୍ଣଛେଦ ? ତେବେ କହିରଖୁଛୁ ଯେ, ଆରାଧ୍ୟା ହାଇକୋର୍ଟର ଦ୍ଵାରସ୍ଥ ହେବାର କାରଣ ତାଙ୍କ ପିତା-ମାତା ନୁହଁନ୍ତି ବରଂ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମିଥ୍ୟା ରିପୋର୍ଟିଂକୁ ନେଇ ଆରାଧ୍ୟା ପୁଣି ଥରେ କୋର୍ଟ ଯାଇଛନ୍ତି ।

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଭୁଲ ରିପୋର୍ଟିଂକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ରୁଜୁ କରାଯାଇଛି। ଗତ ୨୦୨୩ ମସିହାରେ ଆରାଧ୍ୟା ନିଜକୁ ନାବାଳିକା ବୋଲି କହି ଏପରି ରିପୋର୍ଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆହ୍ୱାନ ଦେଇଥିଲେ। ଯାହା ପରେ କୋର୍ଟ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଭିଡିଓକୁ ୟୁଟ୍ୟୁବ୍ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାହା ହୋଇପାରିନାହିଁ। ନୂଆ ପିଟିସନରେ ଆରାଧ୍ୟା ବଚ୍ଚନ ଅଭିଯୋଗ କରିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସୋସିଆଲ ମିଡିଆରୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ବିଭ୍ରାନ୍ତିକର ସୂଚନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇନାହିଁ। ସେପଟେ ଆରାଧ୍ୟାଙ୍କ ଆବେଦନ ପରେ କୋର୍ଟ ଗୁଗଲକୁ ନୋଟିସ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ରେ ହେବ।

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ ତାଙ୍କ ବାପା ଅଭିଷେକ ବଚ୍ଚନଙ୍କ ସହାୟତାରେ ଏପ୍ରିଲ ୨୦୨୩ରେ କୋର୍ଟରେ ଏକ ମାମଲା ଦାୟର କରିଥିଲେ। କୋର୍ଟରେ ଦାୟର ମାମଲାରେ, ଆରାଧ୍ୟାଙ୍କ ନକଲି ଭିଡିଓ ଏବଂ ୟୁଟ୍ୟୁବରେ ଭାଇରାଲ ହୋଇଥିବା ସୂଚନା ସମ୍ପର୍କରେ ଅଭିଯୋଗ କରାଯାଇଥିଲା। ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ମାଧ୍ୟମରେ, ଆରାଧ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ନକଲି ଭିଡିଓ ଏବଂ ଭ୍ରମିତ ସୂଚନା ପ୍ରସାରଣ ବନ୍ଦ କରିବାକୁ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ଗୁଗୁଲକୁ ମାମଲା ସହିତ ଜଡିତ ଭିଡିଓକୁ ତୁରନ୍ତ ନିଷ୍କ୍ରିୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇନଥିବାରୁ ଏବେ ସେହି ମାମଲାକୁ ନେଇ ନୂଆ ଆବେଦନ ଦାଖଲ କରିଛନ୍ତି ଆରାଧ୍ୟା ।

Exit mobile version