
ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ସାଜିଛି । ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ହେଉନି । ତେବେ ବର୍ତ୍ତମାନ ଆଧାରକାର୍ଡକୁ ନେଇ ଆସିଛି ବଡ ଖବର । ଏବେ ଆଧାରକାର୍ଡ ଥିଲେ ଆପଣ ପାଇପାରିବେ 50 ହଜାର ଟଙ୍କା । ଟଙ୍କା ଆବଶ୍ୟକ ବେଳେ କେବଳ ୧୦ କିମ୍ବା ୨୦ ହଜାର ଟଙ୍କା ନୁହେଁ, ଆପଣ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । ତେବେ ଆଧାର କାର୍ଡ ରେ କିପରି ପାଇବେ ଋଣ ? ବେଳେବେଳେ ଏକା ସାଙ୍ଗରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ପଡିଥାଏ ।
ଏହି ସମୟରେ ଆମେ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ପଚାରିଥାଉ । କିନ୍ତୁ ଯଦି ସେମାନଙ୍କ ପାଖରେ ଟଙ୍କା ନଥାଏ ତେବେ ବ୍ୟାଙ୍କକୁ ଯାଆନ୍ତି । ବ୍ୟାଙ୍କଗୁଡ଼ିକ ମଧ୍ୟ ବ୍ୟକ୍ତିଙ୍କ ଆକାଉଣ୍ଟ ସହ ଜଡିତ ଡକ୍ୟୁମେଣ୍ଟ ମାଗନ୍ତି । CIBIL ସ୍କୋର ଭଲ ହେଲେ ଋଣ ମିଳେ । ଅନ୍ୟଥା ଅଧିକ ସୁଧରେ ଋଣ ନେବାର ସମ୍ଭାବନା ରହିଛି । ଏଥିପାଇଁ ଯେକୌଣସି ବ୍ୟାଙ୍କ ପ୍ରଥମେ KYC ଆବଶ୍ୟକ କରେ । ଆଧାର ବାୟୋମେଟ୍ରିକ୍ସ ସହିତ ସଂଯୁକ୍ତ ଥିଲେ ସବିଶେଷ ତଥ୍ୟ ଯାଞ୍ଚ କରାଯାଇ ଲୋନ ପ୍ରଦାନ କରାଯାଏ । ଆପଣ ଜାଣନ୍ତି କି ଆଧାର କାର୍ଡରୁ ଋଣ ମଧ୍ୟ ନିଆଯାଇପାରେ ?
ଆଧାର କାର୍ଡ ମାଧ୍ୟମରେ ଜଣେ ବ୍ୟକ୍ତି ପ୍ରାୟ ୫୦ ହଜାର ଟଙ୍କା ବ୍ୟକ୍ତିଗତ ଋଣ ଆଣିପାରିବ । ଆଧାର କାର୍ଡ ଜରିଆରେ ଲୋନ ନେବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେହି ବ୍ୟକ୍ତିଙ୍କ ପାଖରେ UIDAI ଦ୍ୱାରା ଜାରି ଦିଆଯାଇଥିବା ଆଧାର କାର୍ଡ ରହିବା ଉଚିତ୍ । ପ୍ରାର୍ଥୀଙ୍କ ବୟସ ୨୦ ରୁ ୬୦ ବର୍ଷ ମଧ୍ୟରେ ହେବା ଉଚିତ୍ । ଏହା ବ୍ୟତୀତ ଆବେଦନକାରୀଙ୍କ ସର୍ବନିମ୍ନ ଆୟ ମାସକୁ ୧୫୦୦୦ ଟଙ୍କା ହେବା ଉଚିତ । ୬୦୦ କିମ୍ବା ତା’ଠାରୁ ଅଧିକ କ୍ରେଡିଟ୍ ସ୍କୋର ମଧ୍ୟ ରହିବା ଜରୁରୀ । ଏଗୁଡିକ ସହିତ ଆଧାର ପ୍ରମାଣପତ୍ର, ବ୍ୟାଙ୍କ ଷ୍ଟେଟମେଣ୍ଟ, ଭୋଟର ପରିଚୟପତ୍ର ଦାଖଲ କରିବାକୁ ପଡିବ । ଯଦି ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ଆପଣଙ୍କର ଋଣ ଆବେଦନ ଗ୍ରହଣ କରାଯିବ ।