
ଢେଙ୍କାନାଳ ଜିଲ୍ଲାର ଅନଗୁଳ ସୁକିନ୍ଦା ରେଳପଥ ର ମହୁପାଳ ନିକଟରେ ଘଟିଛି ଏକ ଅଘଟଣ ।ଯୁବକଜଣକ ହେଉଛନ୍ତି ମହୁପାଳ ଗାଁର ବିବେକ ପଧାନ ।ବିବେକ ଶୌଚ ହୋଇ ତାଙ୍କ ସାଙ୍ଗଙ୍କ ସହ ରେଳ ପାର୍ଶ୍ୱ ପାର ହେଉଥିବା ସମୟରେ ମାଲବାହୀ ଟ୍ରେନ ଵିଵେକଙ୍କୁ ଧକ୍କା ଦେଇଥିଲା ।ବିବେକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠି ପଡ଼ିଥିଲେ ତାଙ୍କ ଗୋଡ ସମ୍ପୂର୍ଣ କଟିଯାଇଥିଲା ।ସ୍ଥାନୀୟ ଲୋକ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ବିବେକଙ୍କ ଡାକ୍ତରଖାନା ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବିବେକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।