କର୍କଟ ପୀଡ଼ିତା ସ୍ତ୍ରୀର ଶେଷଇଚ୍ଛା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସ୍ୱାମୀ l ଜୀବନ ସହ ସଂଘର୍ଷ କରୁଥିବା ସ୍ତ୍ରୀ ସ୍ୱାମୀଙ୍କୁ ନିଜ ଶେଷ ଇଚ୍ଛା ବୟାନ କରି କହିଲେ ପ୍ରେମିକ ସହ ରାତି କାଟିବି ଓ ଥରୁଟେ ପୂର୍ବ ପ୍ରେମିକଠୁ ନେବି ଦେହସୁଖ l
ଜୀବନର ଶେଷ ସମୟରେ ସମସ୍ତଙ୍କର ଶେଷ ଇଚ୍ଛା ଥାଏ । କାହାରି ଜୀବନ ଦୀପ ଲିଭି ଆସୁଥିବା ବେଳେ ତା’ଙ୍କର ଶେଷ ଇଚ୍ଛା ପଚାରି ତାଙ୍କ ନିଜ ଲୋକ ସେହି ଇଚ୍ଛାକୁ ପୂରଣ କରିଥାନ୍ତି । କିଛି ଇଚ୍ଛା ଏପରି ହୋଇଥାଏ ଯାହା ସହଜରେ ପୂରଣ କରିହୁଏ । ଆଉ ବେଳେବେଳେ ଇଚ୍ଛା ଏତେ ଜଟିଳ ହୋଇଥାଏ ଯେ, ତାହା ପୂରଣ କରିବା ପାଇଁ ଅସମ୍ଭବ ହୋଇଥାଏ । ବେଳେବେଳେ ଇଚ୍ଛା ଏମିତି ହୋଇଥାଏ ଯେ, ସାମ୍ନାରେ ଥିବା ଲୋକ ସେହି ଇଚ୍ଛାକୁ ଶୁଣିଲେ ବିରକ୍ତ ଭାବ ପ୍ରକାଶ କରିଥାଏ ।
ଜଣେ ସ୍ୱାମୀଙ୍କ ସହ ସମାନ ଘଟଣା ଘଟିଥିଲା । ଯିଏ ମୃତ୍ୟୁବରଣ କରୁଥିବା ପତ୍ନୀଙ୍କ ଶେଷ ଇଚ୍ଛା ଜାଣିବା ପରେ ହତାଶ ହୋଇଥିଲେ । ରେଡିଟ୍ରେ ପୋଷ୍ଟ କରି ପୁରୁଷ ଜଣକ କହିଥିଲେ କି ଯେ ପତ୍ନୀଙ୍କର ସାଂଘାତିକ ରୋଗ ହୋଇଛି । ଡାକ୍ତର ମଧ୍ୟ ତାଙ୍କ ପତ୍ନୀଙ୍କୁ କହିଥିଲେ କି ତାଙ୍କ ଜୀବନରେ ଆଉ କିଛି ମାସ ବାକି ଅଛି । ଏପରି ସ୍ଥିତିରେ ସ୍ୱାମୀ ଜଣକ ନିଜ ପତ୍ନୀର ଶେଷ ଇଚ୍ଛା ଜାଣିବାକୁ ଚାହିଁଲେ । ସେତେବେଳେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଏଭଳି ଜିନିଷ ମାଗିଥିଲେ ଯେ ସ୍ୱାମୀ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବର୍ତ୍ତମାନ ସ୍ୱାମୀ ଏହି କଥାକୁ ପୁରା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି କି ପୂର୍ବ ପ୍ରେମିକ ସହ ତାଙ୍କ ପତ୍ନୀ ଶୋଇବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି କି ତାଙ୍କ ପତ୍ନୀ ଟର୍ମିନାଲ ମେଡ଼ିକାଲରେ ପୀଡ଼ିତ ଅଛନ୍ତି ଏବଂ ସେ ଏହି ଦୁନିଆରେ ମାତ୍ର ଆଉ କିଛି ମାସର ଅତିଥି ଅଟନ୍ତି । ଦୁହେଁ ଗତ ୧୦ ବର୍ଷ ଧରି ଏକାଠି ଅଛନ୍ତି । ଏଭଳି ପରିସ୍ଥିତିରେ ସେ ନିଜ ପତ୍ନୀଙ୍କ ଶେଷ ଦିନକୁ ଖୁସିରେ ଭରିବାକୁ ଚାହୁଁଛନ୍ତି । ତେବେ ପତ୍ନୀ ତାଙ୍କ ଶେଷ ଇଚ୍ଛା ଜଣାଇ ତାଙ୍କୁ ଅସୁବିଧାରେ ପକାଇଛନ୍ତି । ବାସ୍ତବରେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଶେଷ ଇଚ୍ଛାରେ କହିଛନ୍ତି ଯେ, ସେ ମୃତ୍ୟୁ ପୂର୍ବରୁ ତାଙ୍କ ପୂର୍ବ ପ୍ରେମିକ ସହିତ ଗୋଟିଏ ରାତି ବିତେଇୁବାକୁ ଚାହୁଛନ୍ତି । ଏହା ଶୁଣି ତାଙ୍କ ସ୍ୱାମୀ ଚକିତ ହୋଇଛନ୍ତି । ସ୍ୱାମୀ ତାଙ୍କ ହୃଦୟର କଥା ବର୍ଣ୍ଣନା କରିବା ବେଳେ ସେ କହିଥିଲେ କି ସେ ତାଙ୍କ ସ୍ତ୍ରୀଙ୍କ କଥାରେ ବହୁତ ଦୁଃଖିତ । ସେ ସାରା ଜୀବନ ଏହାକୁ କେବେ ଭୂଲି ପାରିବେ ନାହିଁ ।

