ଶ୍ରାବଣ ସୋମବାରରେ ବଡ ଅଘଟଣ
ଆଜି ଶ୍ରବଣ ମାସର ତୃତୀୟ ସୋମବାର। ସହ ସହ କାଉଡିଆ ଓ ମାନସିକଧାରୀ ଶିବଙ୍କ ଉପରେ ଜଳଲାଗି କରିବା ପାଇଁ ଯାତ୍ରା କରୁଛନ୍ତି ।ବିହାରର ବୈଶାଳୀ ଜିଲ୍ଲା ହାଜିପୁରରୁ ପାଣି ନେଇ ଆସିଲା ବେଳେ ଏକ ବଡ ଧରଣର ଅଘଟଣ ଘଟିଛି ।ଡିଜେ ଗାଡି ବିଦୁତ ସଂସ୍ପର୍ଶରେ ଆସି ୮ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି ।୬ରୁ ଅଧିକ କାଉଡିଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି ।ମୃତକ ମାନେ ଗୋଟିଏ ଗାଁର ଏବଂ ସେମାନଙ୍କ ବୟସ ୧୫ରୁ ୨୦ବର୍ଷ ବୋଲି ସୂଚନା ମିଳିଛି ।