Site icon UTKAL PRATIDIN

ମଝି ଆକାଶରେ ଉଡୁଥିଲା ବିମାନ, ମିଳିଲା ବୋମା ଧମକ

Flight_1725418759 (1)

ଲଗାତାର କିଛିଦିନ ହେବ ବିମାନରେ ବୋମା ଧମକ ସାରା ଦେଶରେ ଆତଙ୍କ ଖେଳାଇଛି ।ବିମାନଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ୧୦୭ଜଣ ଛାତ୍ରୀଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା ।ସେଥିରେ ବୋମା ରଖାଯାଇଥିବା ନେଇ ଧମକ ଆସିଛି। ବିମାନରେ ବୋମା ଥିବା ଖବର ଆସିବ ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ବିମାନରେ ବୋମା ଥିବା ଖବର ପ୍ରଥମେ ପୋଲିସ ନିକଟକୁ ଆସିଥିଲା ।

ପୁଲିସ୍‌ ତୁରନ୍ତ ଏହି ଖବର ଏୟାରଲାଇନ୍ସ ଓ ବିଶାଖାପାଟଣା ଏୟାରପୋର୍ଟକୁ ଦେଇଥିଲା।ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ସାଙ୍ଗେସାଙ୍ଗେ ସମସ୍ତ ଯାତ୍ରୀଙ୍କୁ ବାହାର କରି ବିମାନଟିକୁ ଯାଞ୍ଚ କରାଯାଇଥିଲା। ମାତ୍ର ବିମାନରୁ କୌଣସି ବମ୍‌ ମିଳି ନ ଥିଲା। ଏହାପରେ ବିମାନଟି ଗତ ରାତିରେ ପୁଣି ଵିଷାଖପତନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।

Exit mobile version