Site icon UTKAL PRATIDIN

ଷ୍ଟାଲିନଙ୍କ ବିରୋଧରେ କୋର୍ଟରୁ ଆସିଲା ନୋଟିସ..

2165502-sanatan-dharma-row

ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟ ଶୁକ୍ରବାର (ସେପ୍ଟେମ୍ବର 22) ନୋଟିସ ଜାରି କରିଛନ୍ତି।

ଏହା ବ୍ୟତୀତ ଡିଏମକେ ନେତା ଏ ରାଜାଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି। ଘୃଣ୍ୟ ଭାଷଣ ଉପରେ ବିଚାରାଧୀନ ଆବେଦନ ସହିତ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛି । ତାମିଲନାଡୁର ସନାତନ ଧର୍ମ ବିରୋଧରେ ଆୟୋଜିତ କାର୍ଯ୍ୟକ୍ରମକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଚେନ୍ନାଇର ଜଣେ ଓକିଲ ଏକ ପିଟିସନ ଦାଖଲ କରିଛନ୍ତି।

ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ପିଟିସନରେ ଏକ ଏଫଆଇଆର ପଞ୍ଜିକୃତ କରିବା ସହ ଉଦୟାନିଧି ଷ୍ଟାଲିନ ଏବଂ ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଦେଇଥିବା ଅନ୍ୟ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦିଆଯାଇଛି।

Exit mobile version