
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ।ନନ୍ଦନକାନନକୁ ଆସିଲା ନୂଆ ଅତିଥି ।୨୦୦୯ ମସିହାରେ ଇନ୍ଦୋରରୁ ନନ୍ଦନକାନନକୁ ଆସିଥିଲା ବିଜଲୀ । ମା ହେଲା ସିଂହୀ ବିଜଳି।ବିଜଲୀ ୫ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ସିଂହ ମାନଙ୍କ ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇଛି । ଉଭୟ ମା ଓ ଶାବକ ସୁସ୍ଥ ଥିବାବେଳେ ତାଙ୍କୁ ସିସି କ୍ୟାମେରାରେ ନିରୀକ୍ଷଣ କରାଯାଉଛି।ଯେପରି କୌଣସି ଅସୁବିଧା ନ ଘଟେ ସେଥିପ୍ରତି ନଜର ରଖିବାକୁ ଉପନିର୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ୨୦୧୨ ମସିହାରେ ବିଜଲୀ ନେକ ଶାବକଙ୍କୁ ଜନ୍ମ ଦେଇଛି ବୋଲି ସୂଚନା ମିଳିଛି ।