Site icon UTKAL PRATIDIN

ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର,ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ

puri-1

ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।ଶ୍ରୀକ୍ଷେତ୍ରରେ ଜମିଛି ଵ୍ରତାଧିକାରୀଙ୍କ ଭିଡ ।ଆଜିଠୁ ପଞ୍ଚୁକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ। ଆଜିଠୁ ଭିତର କାଠ ଦର୍ଶନ ବନ୍ଦ, ବାହାର କାଠରେ ଦର୍ଶନ କରିବେ ଶ୍ରଦ୍ଧାଳୁ।

ଦୀର୍ଘ ବର୍ଷ ପରେ ଚଳିତ ଥର ୪ଦିନ ପଡୁଛି ପଞ୍ଚୁକ ବ୍ରତ। ତେବେ ୪ଦିନରେ ମହାପ୍ରଭୁଙ୍କ ୪ଟି ବେଶ ଦେଖିବାକୁ ଭକ୍ତଙ୍କ ମନରେ ରହିଛି ଉତ୍କଣ୍ଠା। ଚଳିତବର୍ଷ ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ବିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ସେହିଭଳି ସପ୍ତାହକ ପାଇଁ ଦେଢ଼ଘଣ୍ଟା ଆଗରୁ ଧ୍ବଜା ବନ୍ଧା ନୀତି ହେବ। ଦିନ ୪ଟା ସୁଦ୍ଧା ଧ୍ବଜା ବାନ୍ଧିବେ ଚୂନରା ସେବାୟତ।ପଞ୍ଚୁକକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Exit mobile version