ଲଣ୍ଡନ: ପ୍ରତ୍ୟେକ ଲୋକଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । କେହି ବୁଲିବାକୁ ପସନ୍ଦ କରୁଥିବା ବେଳେ ଆଉ କେହି ଭିନ୍ନ ଖାଦ୍ୟ ଖାଇବାକୁ ରୁଚି ରଖିଥାନ୍ତି । କେହି କେହି ନାଚିବାକୁ ଭଲ ପାଉଥିବା ବେଳେ ଆଉ କିଏ ପେଣ୍ଟିଂ କରିବାକୁ ଭଲପାଆନ୍ତି । ଏବେ ସେମିତି ଜଣେ ସୁନ୍ଦରୀ ଯୁବତୀ ଲରି ଡ଼୍ରାଇଭର ହୋଇ ଚର୍ଚ୍ଚାକୁ ଆସିଛନ୍ତି ।
ମିଲି ଏଭରେଟ୍ ନାମକ ଜଣେ ଯୁବତୀ ଲଣ୍ଡନର ଲିଙ୍କନଶିୟର ସହରରେ ରୁହନ୍ତି । ବୟସ ମାତ୍ର ୨୨ ବର୍ଷ । ସେ ଦେଖିବାକୁ ବହୁତ ସୁନ୍ଦର । ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ମଧ୍ୟ ହୋଇଛନ୍ତି । ସେ ମିସ୍ ଇଂଲଣ୍ଡର ଫାଇନାଲିଷ୍ଟ ମଧ୍ୟ ହୋଇଛନ୍ତି । ଅନେକ ବ୍ରାଣ୍ଡ କମ୍ପାନୀର ମଡ଼େଲ ବି ସାଜିଛନ୍ତି । ହେଲେ ସେ ମଡେଲିଂକୁ କ୍ୟାରିୟର ବାଛିବା ପରିବର୍ତ୍ତେ ସେ ଏକ ଲରୀ ଡ୍ରାଇଭର ହେବାକୁ ପସନ୍ଦ କରିଛନ୍ତି । ସେଥିଲାଗି ସେ ତାଲିମ ନେଇ ଲାଇସେନ୍ସ ବି ପାଇଛନ୍ତି । ଏତେ ପତଳା ଓ ସୁନ୍ଦରୀ ଜଣେ ଯୁବତୀ ୪୪ ଟନ୍ ଭାରୀ ଯାନ ଚଲାଇବା କିଛି କମ୍ କଥା ନୁହେଁ । ଏବେ କେବଳ ୨ ପ୍ରତିଶତ ମହିଳା ଏପରି ଭାରୀ ଯାନ ଚଲାଇବାରେ ସକ୍ଷମ ହୋଇପାରିଛନ୍ତି । ମିଲି କେବଳ ମଡ଼େଲିଂ କରନ୍ତି ନାହିଁ । ତାଙ୍କ ମାଆ ଏବଂ ଭଉଣୀ ମଧ୍ୟ ମଡେଲିଂ କରନ୍ତି ।
ମିଲିଙ୍କର ଆଉ ଏକ ସଉକ ହେଲା ଚାଷ କରିବା । ଚାଷ କାର୍ଯ୍ୟରେ ବି ସହଯୋଗ କରିଥାନ୍ତି । ସେ ଏହାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଜଣେ ଯୁବତୀ ଏତେ କଠିନ ପରିଶ୍ରମ କରିପାରନ୍ତି । ମିଲି କହିଛନ୍ତି ଯେ, ଦେଶରେ ଟ୍ରକ୍ ଡାଇଭରଙ୍କ ଅଭାବ ରହିଛି । କରୋନା ସମୟରେ ଲରି ଏବଂ ଟ୍ରକ୍ ଚଳାଇବା ପାଇଁ ଅନୁପ୍ରାଣିତ ହୋଇଥିଲେ । ଏହି ବୃତ୍ତି ସାଧାରଣତଃ ମଧ୍ୟବିତ୍ତ ପୁରୁଷଙ୍କର ବୋଲି ବିବେଚନା କରାଯାଏ । ଚାଷୀ ପରିବାରେ ଜନ୍ମ ହୋଇଥିବାରୁ ଚାଷ କାର୍ଯ୍ୟରେ ସେ ତାଙ୍କ ବାପାଙ୍କୁ ସାହାଯ୍ୟ କରନ୍ତି । ବର୍ତ୍ତମାନ ସେ ଲରି ଚଲାଇବା ସହ କ୍ଷେତରେ କାମ ବି କରୁଛନ୍ତି ।