ଓଡ଼ିଶା ହାଇକୋର୍ଟରେ ଶୁକ୍ରବାର ତଥା ଆଜି ରତ୍ନଭଣ୍ଡାର ସମ୍ପର୍କିରେ ଗୁରୁତ୍ୱପୂର୍ଣ ଶୁଣାଣି ଦେଇଛନ୍ତି l ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ସ୍ଥିତି ଭଲ ନାହିଁ ଓ ଏହାର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ରତ୍ନ ଭଣ୍ଡାର ଭିତର ଯାଞ୍ଚ କରାଯିବା ସହିତ ସଂରକ୍ଷଣ ଓ ମରାମତି ପାଇଁ ପଦକ୍ଷେପ ନିଆଯିବା ଉଚିତ । ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) ରିପୋର୍ଟ ଏଭଳି କିଛି ତଥ୍ୟ ରଖିଛି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ଥିତି ସଂପର୍କିତ ମାମଲାର ଶୁଣାଣି ସମୟରେ ଦର୍ଶାଇଥିଲେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।
ଏହାପରେ ରତ୍ନଭଣ୍ଡାର ମରାମତି ଓ ଏହା ଭିତରେ ଥିବା ସୁନା, ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପ୍ରସଙ୍ଗରେ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ଆଜି କୋର୍ଟ ନିର୍ଦେଶ ଜାରି କରିଛନ୍ତି l ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ୨ ମାସ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । କମିଟି ଗଠନ ବେଳେ ଯଦି ଆବଶ୍ୟକ ହୁଏ ତେବେ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିପାରିବେ। ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଏନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।