Site icon UTKAL PRATIDIN

ପୁରୀରେ ଵ୍ରତାଧିକାରୀଙ୍କ ଭିଡ, ସୁବିଧା ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ବର

Habisiayali

ଶ୍ରୀମନ୍ଦିରରେ ଆରମ୍ଭ ହୋଇସାରିଛି କାର୍ତ୍ତିକ ମାସ ।ଏଥି ପାଇଁ ଚଳଚଂଚଳ ହେଲା ଶ୍ରୀକ୍ଷେତ୍ର ।ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି । ଯେପରି ହବିଷ୍ୟାଳିମାନେ କିଛି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଛନ୍ତି ହବିଷ୍ୟାଳି। ଏସବୁ ଭିତରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ହବିଷ୍ୟାଳିଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହେବ। ଅସୁବିଧା ହେଲେ ହେଲ୍ପ ଲାଇନ୍‌ରେ ଜଣାଇ ପାରିବେ। ହବିଷ୍ୟାଳିଙ୍କ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି।ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ ।

ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଛି। ଚଳିତଥର edistrict.odisha.gov.inରେ ହବିଷ୍ୟାଳିମାନେ ପଞ୍ଜିକରଣ କରିଥିଲେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।

Exit mobile version