Site icon UTKAL PRATIDIN

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ୍

image-25

ଭୁବନେଶ୍ୱର: ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ଅଣ୍ଟା ଭିଡିଲେଣି ରେଜନେତା। ଗୋଟେ ଦଳ ଅନ୍ୟଦଳକୁ କାଦୁଅ ଫିଙ୍ଗାଫିଙ୍ଗି ମଧ୍ୟ ଜାରି ରହିଛି। ଏହାରି ଭିତରେ ସୋସିଆଲ ମିଡିଆରେ ଏକ୍ସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ୍ ହୋଇଛି।

ଯାହାକୁ ନେଇ ଖୋଦ ମନ୍ତ୍ରୀ ନିଜ ଏକ୍ସ ଆଉକ୍ଟରେ ସୂଚନା ଦେଇଛନ୍ତି।ସେ ଏକ୍ସରେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଟ୍ବିଟ୍ କରି କହିଛନ୍ତି ଯେ, ସ୍ବର୍ଗତ ଦାମ ରାଉତଙ୍କ ଫଟୋରେ ପାଣ୍ଡିଆନଙ୍କ ଫଟୋ ଲଗାଇ ନକଲି କରାଯାଇଛି।

ଏହି ନକଲି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଯାହାକୁ ନେଇ ଇସିଆଇଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

Exit mobile version