ଆଜି କୁମାରପୂର୍ଣ୍ଣିମା l ଆରମ୍ଭ ହୋଇଗଲା ହବିଷ ମାସ l ଆସନ୍ତାକାଲିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଯାହାପାଇଁ ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼ । ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ପୂର୍ବପ୍ରସ୍ତୁତି ଖୁବ ଜୋରସୋର ରେ ଚାଲିଛି।
ଗତବର୍ଷ ଯେତିକି ସଂଖ୍ୟାର ହବିଷ୍ୟାଳି ଙ୍କ ପଞ୍ଜିକୃତ ହୋଇଥିଲା ତା’ଠାରୁ ବହୁ ଅଧିକ ସଂଖ୍ୟାରେ ଚଳିତ ବର୍ଷ ପୁରୀକୁ ଆସିବା ନେଇ ଅପେକ୍ଷାରେ ରହିଛନ୍ତି ଜିଲ୍ଲା ପ୍ରଶାସନ କତୃପକ୍ଷ । ପୂର୍ବବର୍ଷ ପଞ୍ଜିକରଣ କରିବାରେ ବହୁ ଅସୁବିଧା ଦେଖାଯାଇଥିଲା, ଯାହା ପାଇଁ ଅନେକ ହବିଷ୍ୟାଳି ସିଧାସଳଖ ଶିବିରରେ ପହଞ୍ଚିଥିବା ବେଳେ ରେଜିଷ୍ଟ୍ରି କରିପାରିନଥିବାରୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ସମସ୍ତେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସମସ୍ତ ହବିଷ୍ୟାଳି ଙ୍କ ଗୋଟେ ହିଁ ମନୋକାମନା ଥାଏ ଯେ, ସେମାନେ ଆସି ପୁରୀ ଶ୍ରୀ କ୍ଷେତ୍ରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବ୍ରତ ପାଳନ କରିବେ l କିନ୍ତୁ ଏବେବି କିଛି ହବିଷ୍ୟାଳିଙ୍କ ପଞ୍ଜିକରଣ ହୋଇନଥିବାବେଳେ ତାହା ସମସ୍ତଙ୍କୁ ଦୁଖ ଦେଇଛି।