Site icon UTKAL PRATIDIN

ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇପାରେ ବିବାଦ

USA and China maps. Vector illustration. Grey back

USA and China maps. Vector illustration. Grey back

ଚାଇନାର ଆମେରିକାକୁ ଧମକ l ଆମେରକା ଋଷିଆ ବିରୋଧରେ ସାମାରିକ ଆଲାଏନ୍ସ ନାଟୋ ଗଠନ କରିଛି । ଏହା ପରେ ଚାଇନା ମୁଁହ ଖୋଲିଛି l ଚାଇନା କହିଛି ଯଦି ଚାଇନା ବିରୋଧରେ ଆମେରିକା ଏଭଳି କିଛି କରିବାକୁ ଚେଷ୍ଟା କରେ, ତେବେ ବିଶ୍ୱରେ ରକ୍ତର ନଦୀ ବୋହିବ l

ଚାଇନା ପକ୍ଷରୁ କୁହାଯାଇଛି କି, ଏସିଆ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ନାଟୋ ଯଦି ଚାଇନା ବିରୋଧରେ ସାମରିକ ମେଣ୍ଟ ଗଠନ କରିବାକୁ ଚେଷ୍ଟା କରେ, ତେବେ ଏହା କେବଳ ରକ୍ତପାତର କାରଣରେ ପରିଣତ ହେବ l ଚାଇନାର ବୈଦେଶିକ ମନ୍ତ୍ରୀ ବାଙ୍ଗ ୟି ଆମେରକାକୁ ସତର୍କ କରାଇ କହିଛନ୍ତି ଯେ ସାମରିକ ମେଣ୍ଟର ଅନିୟନ୍ତ୍ରିତ ବିସ୍ତାରକୁ ବେଜିଂ ପ୍ରତ୍ୟାଖ୍ୟାନ କରିଛି। ଚାଇନାର ପ୍ରାଧାନ୍ୟକୁ ପ୍ରତିହତ କରିବା ପାଇଁ ଏବେ ଆମେରିକା ଭାରତ-ପ୍ରଶାନ୍ତ ମହାସାଗରରେ ସାମରିକ ମେଣ୍ଟ ଗଠନ କରିବାକୁ ଚେଷ୍ଟା କରୁଛି । ତେଣୁ ଏହି ପରିପ୍ରେକ୍ଷୀରେ ଆମେରିକାକୁ ଧମକ ଦେଇଛି ଚାଇନା l

Exit mobile version