
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକ ନିକଟ ଏକ ଟାଇଲ୍ସ ଦୋକାନରେ ଘଟିଛି ଏକ ଅଭାବନୀୟ ଘଟଣା ।ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।ଦୁର୍ବୃତ୍ତ ମାନେ ଦୋକାନ ଉପରକୁ ୩ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।ଏଥିରେ କେହି ମୃତାହତ ହୋଇନଥିବା ବେଳେ ଦୋକାନ କ୍ଷତିଗ୍ରସ୍ତ ହୋଇଛି।ବୋମାମାଡ ହୋଇଥିବା ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କର ।
ଗତ ନିର୍ବାଚନ ସମୟରେ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ତେଣୁ ସାକ୍ଷୀକୁ ଭୟଭୀତ କରିବାକୁ ବୋମାମାଡ଼ କରିଥିବା ନେଇ ସନ୍ଦେହ କରାଯାଉଛି । ଗତକାଲି ରାତିରେ ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ସ୍ତ୍ରୀ ସାବିତ୍ରୀ ଦୋକାନ ବନ୍ଦ କରି ଗଲାପରେ କିଛି ଦୁର୍ବୃତ୍ତ ଦୋକାନ ଉପରକୁ ୩ଟି ବୋମା ଫିଙ୍ଗିଥିଲେ। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।