ପାରିବାରିକ କଳାହାରୁ ଅଦାଲତି ଲଢେଇରେ ଆନୁଭବ ମହାନ୍ତିଙ୍କୁ ଲାଗିଲା ବଡ଼ ଝଟକା ।ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ପାରିବାରିକ ମାମଲା ଭିନ୍ନ ମୋଡ ନେଇଛି । ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଛି କୋର୍ଟ l ଏହା ସହିତ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଛନ୍ତି ।
ବର୍ଷା ପ୍ରିୟଦର୍ଶନୀଙ୍କୁ ଛାଡ଼ପତ୍ର ଦେବାଲାଗି ସାସଂଦ ଅନୁଭବ ମହାନ୍ତି ପ୍ରଥମେ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ପରେ ଏହି ମାମଲା କଟକ ଫାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଥିଲା । କଟକ ପରିବାର ଅଦାଲତରେ ପ୍ରାୟ ଏକ ବର୍ଷ ଧରି ମାମଲାର ଶୁଣାଣି ଜାରି ରହିଥିବା ବେଳେ ଆଜି କୋର୍ଟ ରାୟ ପ୍ରକାଶ କରିଛନ୍ତି ।
ରାୟ ପରେ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି । ସେ କହିଛନ୍ତି ନ୍ୟାୟପାଳିକା ପ୍ରତି ବିଶ୍ବାସ ରହିଛି, ନିଶ୍ଚିତ ତାଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି । ସେପଟେ ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ । ଅନ୍ୟପଟେ କୋର୍ଟଙ୍କ ରାୟକୁ ନେଇ ବର୍ଷା ପ୍ରିୟଦର୍ଶନୀଙ୍କ ଓକିଲଙ୍କର ଏଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ ।