ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ରେଳ ଦୁର୍ଘଟଣା ଟଳି ଥିବା ବେଳେ ରାଜସ୍ଥାନର ଆଜମେରରେ ବି ସମାନ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏକ ଟ୍ରେନ୍ ।ରେଳ ଟ୍ରାକରେ ବିଭିନ୍ନ ସ୍ଥାନରେ ପ୍ରାୟ ୭୦ କେଜି ଓଜନର ସିମେଣ୍ଟ ବ୍ଲକ ଦେଖିବାକୁ ମିଳିଛି। ଏହି ଷଡଯନ୍ତ୍ର ମାଧ୍ୟମରେ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥିବା କୁହାଯାଉଛି।ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ରେଳ ଟ୍ରାକରେ ସିମେଣ୍ଟ ବ୍ଲକ ରଖାଯାଇଥିଲା। କିଛି ଲୋକେ ମିଶି ଏଭଳି କରିଥିବା ଅନୁମାନ କରାଯାଉଛି।
ରେଳ ଟ୍ରାକରେ ସିମେଣ୍ଟ ବ୍ଲକଗୁଡିକୁ ଟ୍ରେନ ଧକ୍କା ଦେବା ସତ୍ତ୍ୱେ ରେନ୍ଟିର କୌଣସି କ୍ଷତି ହୋଇନଥିଲା। ଟ୍ରେନଟି ଯାତ୍ରା ଜାରି ରଖିବାରେ ସଫଳ ହୋଇଥିଲା। ସୂଚନାଯୋଗ୍ୟ, ସୋମବାର କାନପୁରର ରେଳ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ମିଳିଥିଲା। ଫଳରେ କାଲିନ୍ଦୀ ଏକ୍ସପ୍ରେସ ଏଥିରେ ଧକ୍କା ହେବା ପୂର୍ବରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।ତେବେ ଏହି ଘଟଣା ପରେ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ମାମଲା ଦାୟର କରାଯାଇଛି ପୋଲିସ ପାରିପାର୍ଶ୍ବିକ ପରିସ୍ଥିତିକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛି ।