Site icon UTKAL PRATIDIN

ଫେଲ୍ ହେଲା ଷଡଯନ୍ତ୍ର; ସାଗରପଡ଼ା ଅଞ୍ଚଳରୁ ଉଦ୍ଧାର ହେଲା ବୋମା ଭର୍ତ୍ତି ବ୍ୟାଗ

n5883507461709469594938651a7a05be2fc575764e22f8c8c4f00b94b4ec6c6192704e4b3fffd628089ab1

ମୁର୍ଶିଦାବାଦ: ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଚଳିତ ବର୍ଷ ଜାନୁଆରୀ ମାସରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାପରେ ସନ୍ଦେଶଖାଲି ନାରୀ ନିର୍ଯ୍ୟାତନା ମାମଲା ସାମନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ଗତ କିଛି ଦିନ ହେଲା ମହିଳା ଆନ୍ଦୋଳନ ଜାରି ରହିଛି। ହାଇକୋର୍ଟଙ୍କ ଧମକ ପରେ ସନ୍ଦେଶଖାଲି ମାମଲାର ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ଗିରଫ କରାଯାଇଥିଲା।

ଏହା ପରେ ଉତ୍ତର ୨୪ ପ୍ରଗଣାରେ ଜଣେ ଟିଏମସି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ରାଜ୍ୟରେ ନିର୍ବାଚନ ପୂର୍ବରୁ ହୋଇଥିବା ହତ୍ୟାକାଣ୍ଡର ସ୍ମୃତି ଲୋକଙ୍କ ମନରେ ତାଜା ହୋଇଯାଇଥିଲା।

କିନ୍ତୁ ଏବେ ଯାହା ଘଟିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମୁର୍ଶିଦାବାଦ ଜିଲ୍ଲା ସାଗରପଡ଼ା ଅଞ୍ଚଳରୁ ପୁଲିସ ଏକ ସକେଟ୍ ବୋମା ଭର୍ତ୍ତି ବ୍ୟାଗ୍ ଜବତ କରିଛି। କୌଣସି ବଡ଼ ଧରଣର ଆକ୍ରମଣ ହେବା ପୂର୍ବରୁ ପୁଲିସ ଏହି ବୋମାଗୁଡ଼ିକୁ ଜବତ କରି ନିଷ୍କ୍ରିୟ କରିଛି। ତେବେ ଏ ନେଇ ପୁଲିସ ଏପର୍ଯ୍ୟନ୍ତ ବିସ୍ତୃତ ଭାବେ କିଛି କହିନାହିଁ। କିନ୍ତୁ ପୁଲିସ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଥିବା କୁହାଯାଉଛି । ଆଗକୁ ନିର୍ବାଚନ ଥିବାରୁ ଦେଶର ପରିସ୍ଥିତି ଖରାପ କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ସଂଦେହ କରାଯାଉଛି ।

ଏହାପୂର୍ବରୁ ମାର୍ଚ୍ଚ ୨ ଶୁକ୍ରବାର ଦିନ ବେଙ୍ଗାଲୁରୁର ଇନ୍ଦିରାନଗର ନିକଟ ଏକ କାଫେରେ ବୋମା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଏକ ନିମ୍ନ-ତୀବ୍ର ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ ବ୍ୟବହୃତ ହୋଇଥିଲା । ଏହି ବିସ୍ଫୋରଣରେ ୯ ଜଣ ଆହତ ହୋଇଛନ୍ତି।

Exit mobile version