
ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ୟା ଜଣକ ଘଟଣା । ୮ବର୍ଷର ନାବାଳିକାଙ୍କୁ ଜଣେ ୫୮ ବର୍ଷର ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛିତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ରଖାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଗିରଫ କରିପାରି ନାହିଁ।ଗତ ୨୩ ତାରିଖରେ ଘଟିଥିଲା
ଏପରି ଅଭାବନୀୟ ଘଟଣା। ନାବାଳିକାଙ୍କ ଘରଠାରୁ ଅଭିଯୁକ୍ତଙ୍କ ଘର ପ୍ରାୟ ୫୦ ମିଟର ଦୂରତାରେ ଅବସ୍ଥିତ। ଅଭିଯୁକ୍ତ ଚାଷବାସ କରି ଚଳନ୍ତି। ତାଙ୍କୁ ପ୍ରାୟ ୫୭/୫୮ ବର୍ଷ ହେବ। ସେହିଦିନ ସେ କୌଣସି ପ୍ରକାର ପ୍ରଲୋଭନ ଦେଖାଇ ଝିଅଟିକୁ ଡାକି ନେଇଥିଲେ ଓ ତାଙ୍କୁ ଦୁଷ୍କର୍ମ କରିଥିଲେ।
ଏହା ସହିତ ଘଟଣା ସଂପର୍କରେ କାହାକୁ ନକହିବାକୁ ଧମକ ଦେଇଥିଲେ। ତେବେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲାଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିପାରିନି ବରୀ ଥାନା ପୁଲିସ। ତେବେ ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।