
ଆମ ଜୀବନରେ କପର ଗୁରୁତ୍ୱ ଅନେକ ରହିଛି l ତେଣୁ ଏହାର ମହତ୍ୱକୁ ବୁଝିବା ପାଇଁ ପ୍ରତ୍ୟୋକ ବର୍ଷ ଅକ୍ଟୋବର ୭ ତାରିଖରେ ବିଶ୍ୱ କପା ଦିବସ ପାଳିତ କରାଯାଏ । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ତନ୍ତୁର ଉପାଦେୟତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ବିଶ୍ୱ କପା ଦିବସ ର ଲକ୍ଷ l କପର ଗୁରୁତ୍ୱ, ଏହା ଅର୍ଥନୈତିକ କ୍ଷେତ୍ରରେ କେତେ ସହାୟ ହୋଇଥାଏ, ଚାକିରି କ୍ଷେତ୍ରରେ ଏହାର ଗୁରୁତ୍ୱ ଏପରି ବିଭିନ୍ନ ଦିଆଗକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ରଖି ଏହି ଦିବସ ପାଳନ ଆରମ୍ଭ ହୋଇଛି l

ପ୍ରଥମ ଥର ୨୦୧୯ ମସିହା ଅକ୍ଟୋବର ୭ ତାରିଖରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ଦ୍ୱାରା ସ୍ୱିଜରଲାଣ୍ଡ ସ୍ଥିତ ଜେନିଭା ଥରେ ବିଶ୍ୱ କପା ଦିବସ ପାଳନ ଆରମ୍ଭ ହୋଇଥିଲା l ୪ଟି ପ୍ରମୁଖ ଆଫ୍ରିକୀୟ କପାସ ଉତ୍ପାଦନକାରୀ ଦେଶ ଯଥା ବେନିନ୍, ବୁର୍କିନା ଫାସୋ, ଚାଡ୍ ଓ ମାଲିର ମିଳିତ ପ୍ରୟାସ କ୍ରମେ ୨୦୧୯ ଏହି ଦିବସକୁ ଏକ ପରିଚୟ ଦିଆଯିବ ସହ ପାଳନ ଆରମ୍ଭ କରାଯାଇଥାଲା ।

ଚଳିତ ବର୍ଷ ବିଶ୍ୱ କପାସ ଦିବସର ଥିମ୍ ହେଉଛି “ Making cotton fair and sustainable for all, from farm to fashion “ ଅର୍ଥାତ ଚାଷଠାରୁ ଆରମ୍ଭ କରି ଫ୍ୟାଶନ ପର୍ଯ୍ୟନ୍ତ ସଭିଙ୍କ ପାଇଁ କପାକୁ ସହଜ ଉପଲବ୍ଧ ଏବଂ ଦୀର୍ଘସ୍ଥାୟୀ କରାଇବା । ଏହି ଦିନକୁ ଭାରତରେ ଏକ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଲୋକଙ୍କୁ କପା ଉତ୍ପାଦନ ଏବଂ ଏଥିରୁ ପ୍ରସ୍ତୁତ ବିଭିନ୍ନ ଜିନିଷ ବିଷୟରେ ବିଭିନ୍ନ ଉପାୟରେ ସୂଚନା ଦିଆଯାଇଥାଏ ।