
ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱକପ ୨୦୨୩ ଯାହା ଉପରେ ରହିଛି ସମସ୍ତଙ୍କର ନଜର l ତେଣୁ ଭାରତରେ ଖେଳା ଯିବାକୁ ଥିବା ଦିନିକିଆ ବିଶ୍ବକପ୍ର ଚାହିଦା ବହୁତ ବେଶୀ ରହିଥିବାରୁ ବିଶ୍ଵକପ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ମାଧ୍ୟମରେ ଟିକେଟ୍ କିମ୍ବା ପାସ୍ ପାଇବା ପାଇଁ ତାଙ୍କ ବନ୍ଧୁ ଏବଂ ପରିବାର ଲୋକେ ଆଶା ରଖୁଛନ୍ତି । ଏହାକୁ ନେଇ ପ୍ରସିଦ୍ଧ ଭାରତୀୟ ଖେଳାଳି ବିରାଟ କୋହଲି ଲୋକମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି l
କୋହଲି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରି କରିଛନ୍ତି କି ବିଶ୍ୱକପର ଚାହିଦା ବହୁତ ଅଧିକ ତେଣୁ ଏଭଳି ଚାହିଦା ଥିବା ପ୍ରତିଯୋଗିତା ସମୟରେ କୌଣସି ବନ୍ଧୁ ତାଙ୍କୁ ଟିକେଟ୍ ପାଇଁ ଅନୁରୋଧ ନକରନ୍ତୁ l ଏମିତି ଟିକେଟ ପାଇଁ ଅନୁରୋଧ କରିବା ପରିବର୍ତ୍ତେ ସମସ୍ତେ ଘରେ ରହି ଟେଲିଭିଜନ୍ରେ ଖେଳ ଉପଭୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
କେବଳ କୋହଲି ନୁହେଁ ବରଂ କୋହଲିଙ୍କ ଏହି ପୋଷ୍ଟ ଉପରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ କିଛି ଲେଖିଛନ୍ତି l ସେ କହିଛନ୍ତି କି ଯଦି ମେସେଜର ଜବାବ ଦିଅ ନଯାଉଛି ତେବେ ମତେ ଅନୁରୋଧ କରନ୍ତୁ ନାହିଁ l କାରଣ ଯଦି କାହାର ମେସେଜ୍ର ଉତ୍ତର ଦିଆଯାଇ ନପାରୁଛି ତେବେ ଲୋକମାନେ ବିରାଟଙ୍କୁ ଛାଡି ଅନୁଷ୍କାଙ୍କୁ ଅନୁରୋଧ କରିବାକୁ ଆରମ୍ଭ କରିଦେଉଛନ୍ତି l ସେଥିପାଇଁ ବିରାଟ କୋହଲିଙ୍କ ପୋଷ୍ଟରେ ଅନୁଷ୍କା ଶର୍ମା ମଧ୍ୟ ଏପରି କିଛି ଲେଖି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି l