
ଉଦୟନିଧି ଷ୍ଟାଲିନଙ୍କ ପରେ ବିବାଦକୁ ଆସିପାରନ୍ତି ବିଜେପି ଜଣେ ପ୍ରମୁଖ ନେତା ତଥା ହିନ୍ଦୁ ସନ୍ଥ ଯୋଗୀ ଆଦିତ୍ୟନାଥ l ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ରଖିଥିବା ଟିପ୍ପଣୀକୁ ନେଇ ନିକଟରେ ଜୋରଦାର ବିବାଦ ହୋଇଥିଲା । ଏବେ କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ସନାତନ ଧର୍ମକୁ ନେଇ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି । ଯୋଗୀ କହିଛନ୍ତି, ଏକମାତ୍ର ସନାତନ ଧର୍ମ ହେଉଛି ଧର୍ମ, ବାକି ସବୁ ଧର୍ମ ନୁହେଁ ସେସବୁ ହେଉଛି ସମ୍ପ୍ରଦାୟ ଓ ଉପାସନାର ମାଧ୍ୟମ ।
ଜାତୀୟ ସନ୍ଥ ମହନ୍ତ ଅବୈଦ୍ୟନାଥଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଏବଂ ମହନ୍ତ ଦିଗ୍ବିଜୟ ନାଥଙ୍କ ୫୪ ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ ଗୋରଖନାଥ ମନ୍ଦିରରେ ୭ ଦିନିଆ ‘ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଆଜି ଏହି ୭ ଦିନିଆ ‘ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ’ ର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ଯୋଗୀ ସନାତନ ଧର୍ମ ଉପରେ ଟିପ୍ପଣୀ ଦେଇଛନ୍ତି । ଯୋଗୀ କହିଛନ୍ତି, ସନାତନ ଧର୍ମ ହେଉଛି ଏକମାତ୍ର ଧର୍ମ l ଏହା ହେଉଛି ମାନବିକତାର ଧର୍ମ ଏବଂ ଯଦି ଏହା ଉପରେ ଆକ୍ରମଣ ହୁଏ ତେବେ ଏହା ସମଗ୍ର ବିଶ୍ବରେ ମାନବତା ପାଇଁ ସଙ୍କଟ ସୃଷ୍ଟି କରିବ।