
ଆଜି ହେଉଛି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଜୟନ୍ତୀ । ସେ ୧୮୨୦ ମସିହା ସେପ୍ଟେମ୍ବର ୨୬ ତାରିଖ ଦିନ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲା ସ୍ଥିତ ବିରସିଂଘା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ଆଜି ତାଙ୍କର ୧୦୩ତମ ଜନ୍ମ ବାର୍ଷିକ l ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କୁ ଜ୍ଞାନର ସାଗର ସହିତ ତୁଳନା କରାଯାଏ l ସେ ଶିକ୍ଷକ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ l ଶିକ୍ଷକ୍ଷେତ୍ରର ଉନ୍ନତିରେ ତାଙ୍କର ଅନେକ ଅବଦାନ ରହିଛି l ଏହାସହ ମହିଳା ମାନଙ୍କ ଉନ୍ନତି କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି l ବିଧବାମାନଙ୍କୁ ନେଇ ରହିଥିବା ଅନ୍ଧବିଶ୍ୱାସ ବିପକ୍ଷରେ ସେ ଲଢ଼ିଥିଲେ l ସେ ପ୍ରଥମେ ବିଧବା ବିବାହ ପ୍ରଥା ସମାଜରେ ଆଣିଥିଲେ l ଦେଶର ଉନ୍ନତି ନିମନ୍ତେ ପ୍ରୟାସ କରି କରି ଶେଷରେ ୭୦ ବର୍ଷ ବୟସରେ ୧୮୯୧ ମସିହା ଜୁଲାଇ ୨୯ ତାରିଖରେ କଲିକତାରେ ପ୍ରାଣତ୍ୟାଗ କରିଥିଲେ l

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ନୀବନ ଲେଖିଛନ୍ତି ଯେ, ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ସେ ମହିଳାଙ୍କ ଶିକ୍ଷା ଏବଂ ସମାଜ ସଂସ୍କାର ଦିଗରେ ନିରନ୍ତର ପ୍ରୟାସ କରୁଥିଲେ । ସାମାଜିକ ନ୍ୟାୟ କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ।