
ଭୁବନେଶ୍ୱର : ଶିକ୍ଷକ ଆନ୍ଦୋଳନ ପରେ ଏବେ ରାଜଧାନୀରେ ରାଜରାସ୍ତାକୁ ଓଲ୍ହାଇଛନ୍ତି ଅଙ୍ଗନବାଡି କର୍ମୀ l ୧୦ ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନବାଡି କର୍ମୀ । ଆନ୍ଦୋଳନ ଆରମ୍ଭ କରି ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା ସହ ଦରମା ବଢ଼ାଇବାକୁ ଦାବି କରାଯାଇଛି l
ରାଜରାସ୍ତାରେ ଆନ୍ଦୋଳନ ସହ ଗର୍ଜନ କରି ଅଙ୍ଗନବାଡି କର୍ମୀଙ୍କୁ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଏଥିସହ ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ମଧ୍ୟ୍ୟ ଦାବି ଜୋର ଧରିଛି । ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି ସହ ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ମଧ୍ୟ୍ୟ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।
ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ ଓ ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦିଆଯାଉ ବୋଲି ଦାବି ହୋଇଛି । ସେତିକିରେ ବି ସରିନି ଆହୁରି ଅବସରକାଳୀନ ସହାୟତା ଓ ୫ହଜାର ଟଙ୍କାର ପେନସନ ଦାବି ମଧ୍ୟ୍ୟ କରିଛନ୍ତି ଅଙ୍ଗନବାଡି କର୍ମୀ ।