ଆବହମାନ କାଳରୁ ଏକବିଂଶ ଭାରତରେ କ୍ରୀଡା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ରାଜ୍ୟ ରାଜ୍ୟ ଓ ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାର ମାଧ୍ୟମ ହେଇଛି କ୍ରୀଡା । ତେବେ ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖରେ କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ସାରା ଭାରତରେ ଜାତୀୟ କ୍ରୀଡା ଦିବସ ପାଳିତ ହୁଏ । ତାଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲମ୍ଫିକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ବିଭିନ୍ନ ଖେଳରେ ଶ୍ରେଷ୍ଠତ୍ଵ ଲାଭ କରି ଦେଶକୁ ଗର୍ବିତ କରିଥିବା ଖେଳାଳି ମାନଙ୍କ ସମ୍ମାନର୍ଥେ ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଦିନ ସେମାନଙ୍କୁ ପୁରଷ୍କୃତ କରାଯାଏ । ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଦ୍ୱାରା ପ୍ରତିବର୍ଷ ଏହାର ଆୟୋଜନ କରାଯାଏ ।
ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଭାରତରେ କ୍ରିଡା ପାଇଁ ଦିଆ ଯାଉଥିବା ଶ୍ରେଷ୍ଠ ପୁରସ୍କାର । ତା ସହ ବିଭିନ୍ନ ଖେଳ ନିମନ୍ତେ ମଧ୍ୟ ଅଲଗା ଅଲଗା ପୁରସ୍କାର ଦିଆଯାଏ । ଭାରତ ବର୍ଷରେ କ୍ରୀଡାର ସ୍ଥାନ ଶିଖରରେ, କ୍ରୀଡାବିତଙ୍କ ଅବଦାନ ଭାରତକୁ ମଧ୍ୟ ଏକ ନୂତନ ପରିଚୟ ଦେଇଛି । ବର୍ତମାନ ଭାରତ କ୍ରୀଡା କ୍ଷେତ୍ରରେ ଏତେ ସଫଳତାର ଶିଖର ନ ଛୁଇଁଥିଲେ ମଧ୍ୟ ସଫଳତା ଆଡକୁ ଆସ୍ତେ ଆସ୍ତେ ଅଗ୍ରଗତି କରୁଛି । ୨୦୨୦ ଅଲମ୍ଫିକ୍ସରେ ଭାରତର ନିରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ଆଉ ଏହା ଭାରତୀୟ କ୍ରୀଡା ଇତିହାସରେ ଏକ ସୁନାର ଦିନ ଥିଲା । ଆଉ ୨୦୨୩ରେ ବିଶ୍ଵ ଆଥଲେଟିକସ ଚମ୍ପିୟାନସିପରେ ବି ସେ ସ୍ଵର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି l

ଭାରତ ଆସ୍ତେ ଆସ୍ତେ ଉନ୍ନତିର ଶିଖର ଆଡକୁ ଅଗ୍ରଗତି କରୁଛି । କିନ୍ତୁ ଦୁଃଖର ବିଷୟ ଏହିକି ଜ ଶହ ଶହ ପ୍ରକାର ଖେଳ ଥିବା ବେଳେ ଅଳ୍ପ ହାତ ଗଣତି କେତୋଟି ଖେଳ ଆମ ଲୋକଙ୍କ ମଧ୍ୟରେ ପରିଚିତ l ତେବେ କ୍ରିକେଟ ଯେପରି ଘରେ ଘରେ ପରିଚିତ ଓ ଲୋକପ୍ରିୟ ହୋଇ ଲୋକଙ୍କ ହୃଦୟରେ ଘର କରିଛି ସେହିପରି ଅନ୍ୟ ଖେଳ ମଧ୍ୟ କିପରି ବିକଶିତ ହେବ ସେ ଉପରେ ଯଥାଶୀଘ୍ର ଧ୍ୟାନ ଦେବା ଉଚିତ l ହକି ଆମର ଜାତୀୟ ଖେଳ ହେଲେ ସୁଦ୍ଧା କ୍ରିକେଟ ଭଳି ଲୋକଙ୍କ ମନରେ ଏତେ ପ୍ରଭାବ ପକାଇ ପାରୁନାହିଁ । ପୁଟବଲ , ହକି ଆଦି ଖେଳ କଣ ପାଇଁ ଲୋକପ୍ରିୟ ହୋଇ ପାରୁନାହିଁ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।
ତେବେ ୨୦୧୮ ମସିହାରେ ଆରମ୍ଭ ହୋଇଥିବା ‘ଖେଲୋ ଇଣ୍ଡିଆ’ ଭାରତୀୟ କ୍ରୀଡାରେ ଏକ ନୂତନ ଭୁମିକା ଗ୍ରହଣ କରିଛି । ଆମ ଦେଶରେ ଖେଳାଯାଉଥିବା ସମସ୍ତ ଖେଳକୁ ଏହା ପୁନଃଜୀବିତ କରିଛି । ତୃଣମୂଳ ସ୍ତରରୁ ଏହା ଭାରତୀୟ କ୍ରୀଡାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ପ୍ରୟାସ କରିଛି । ଏହା ଗ୍ରାମୀଣ ସ୍ତରରୁ ପ୍ରତିଭା ମାନଙ୍କୁ ସମ୍ମାନ ଦେବା ସହ, ସ୍ଥାନୀୟ ତଥା ଜାତୀୟ ସ୍ତରରେ ଭିତିଭୂମିକୁ ସୁଦୃଢ କରିବ l କ୍ରୀଡାର ବ୍ୟାପକତା ପ୍ରତି ଏହାର ଦୃଷ୍ଟି ରହିଛି । କ୍ରୀଡା କେବଳ ଆଉ ପ୍ରତିଦୋନ୍ଦୀ ଭାବରେ ସିମୀତ ନାହିଁ, ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଦେଶ ପାଇଁ ଏହାର ଅବଦାନ ଅଛି । ଭାରତୀୟ କ୍ରୀଡାର ଉନ୍ନତିରେ ‘ଖେଲୋ ଇଣ୍ଡିଆ’ ନିଶ୍ଚିତ ଭାବେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ ।
କ୍ରୀଡା ଏକ ଛୋଟିଆ ଶବ୍ଦଟିଏ, କିନ୍ତୁ ଏହାର ମହତ୍ୱ ଖୁବ ଅଧିକ l ଏହା ବ୍ୟକ୍ତି ଭିତରେ ଶକ୍ତି ଜାଗ୍ରତ କରିଥାଏ । ଏହି ଶରୀର ଭିତରେ ଢାଳିଦିଏ ଅସରନ୍ତି ଆନନ୍ଦ ଓ ଉଲ୍ଲାସ । ମନୁଷ୍ୟ ଶରୀରକୁ ସୁସ୍ଥ, ଫୁର୍ତି ତଥା ସ୍ୱାସ୍ଥ୍ୟବାନ ରଖିବା ନିମନ୍ତେ ଏହି କ୍ରୀଡା ଖୁବ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଥାଏ । ପ୍ରତ୍ୟୋକ ଦିନ କ୍ରୀଡାଭ୍ୟାସ ମଣିଷକୁ ସୁସ୍ଥ ଓ ରୋଗମୁକ୍ତ ରଖିଥାଏ l ଆବହମାନ କାଳରୁ ଏକବିଂଶ ଭାରତରେ କ୍ରୀଡା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ରାଜ୍ୟ ରାଜ୍ୟ ଓ ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାର ମାଧ୍ୟମ ହେଇଛି କ୍ରୀଡା । ତେବେ ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖରେ କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ସାରା ଭାରତରେ ଜାତୀୟ କ୍ରୀଡା ଦିବସ ପାଳିତ ହୁଏ । ତାଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲମ୍ଫିକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ବିଭିନ୍ନ ଖେଳରେ ଶ୍ରେଷ୍ଠତ୍ଵ ଲାଭ କରି ଦେଶକୁ ଗର୍ବିତ କରିଥିବା ଖେଳାଳି ମାନଙ୍କ ସମ୍ମାନର୍ଥେ ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଦିନ ସେମାନଙ୍କୁ ପୁରଷ୍କୃତ କରାଯାଏ । ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଦ୍ୱାରା ପ୍ରତିବର୍ଷ ଏହାର ଆୟୋଜନ କରାଯାଏ ।