
ଭୁବନେଶ୍ୱର : ପୁଣି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ହୁଲ୍କ ଗିବନ ଓ ପିଗ୍ ଟେଲ୍ ମୁକ୍କାକ ସହ ହିମାଳୟାନ ବିୟର ନନ୍ଦନକାନନ ଆସିବେ । ଏଥିପାଇଁ ମିଜୋରାମ୍ ଅଭିମୁଖେ ୬ ଜଣିଆ ଏକ ଦଳ ଯାତ୍ରା ଆରମ୍ଭ କରିଛନ୍ତି । ୬ ସଦସ୍ୟ ଦଳ ଏସିଏଫ୍ ଡ. ସୁଦୀପ୍ତ କୁମାର ପଣ୍ଡାଙ୍କ ନେତୃତ୍ବରେ ମିଜୋରମ୍ ଅଭିମୁଖେ ବାହାରିଛନ୍ତି ।
ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ ପରେ ଜନ୍ତୁ ଅଦଳବଦଳ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଏବଂ ଆଇଜ୍ୱାଲ୍ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଗରୁ ମଧ୍ୟ ନନ୍ଦନକାନନରେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ହୁଲୁକ୍ ଗିବନ୍ ମାଙ୍କଡ ଏବଂ ଚିତା ବିରାଡ଼ି ଆସିଥିଲେ ।
ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଏବଂ ଆଇଜ୍ୱାଲ୍ ପ୍ରାଣୀ ଉଦ୍ୟାନ ମଧ୍ୟରେ ଆଇଜୱାଲ ପ୍ରାଣୀ ଉଦ୍ୟାନ ଗତ ମାର୍ଚ୍ଚରେ ନନ୍ଦନକାନନରୁ ଗୋଟିଏ ଯୋଡା ବାଘ ନେଇ ସାରିଛନ୍ତି । ଏହା ବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ଯୁଗଳ ହୁଲକ୍ ଗିବନ୍ , ଗୋଟିଏ ଯୁଗଳ ଘୁଷୁରୀ ମୁକ୍କାକ ଏବଂ ଏକ ହିମାଳୟ ବ୍ଲାକ୍ ଭାଲୁ ଦେବେ ।
ଏହା ସହ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରାତିରେ ଖୋଲା ରହିବାର ମଧ୍ୟ ନିଷ୍ପତି ହୋଇଥିଲା l ଏନେଇ ପ୍ରସ୍ତୁତି ଚାଲିଛି l ନାଇଟ ସଫାରୀ ପାଇଁ ମଧ୍ୟ ରୁଟ ମ୍ୟାପ ପ୍ରସ୍ତୁତ ହୋଉଛି ଯାହାଦ୍ୱାରା ଦର୍ଶକମାନେ ରାତ୍ରୀଚର ପ୍ରାଣୀମାନଙ୍କୁ ଦେଖିବାର ମଧ୍ୟ ମଜା ଉଠାଇପାରିବେ