
ଆଉ ହେବନି ନିଲାମ! ସନି ଦେଓଲଙ୍କ ବଙ୍ଗଳା ଆଉ ନିଲାମ ହେବ ନାହିଁ l ବ୍ୟାଙ୍କ ଅଫ୍ ବରୋଦା ଅଭିନେତା ସନ୍ନି ଦେଓଲଙ୍କ ସମ୍ପତ୍ତି ନିଲାମ ଉପରେ ପ୍ରତିବନ୍ଧକ ଲଗାଇଛି । ବ୍ୟାଙ୍କ ଅଫ୍ ବରୋଦା କହିଛି ଯେ ଏହା ବୈଷୟିକ ତ୍ରୁଟି କାରଣରୁ ହୋଇଛି । ଦେଓଲ୍ ବ୍ୟାଙ୍କ ଅଫ୍ ବରୋଦା ଠାରୁ ୫୬ କୋଟି ଟଙ୍କା ଋଣ ନେଇଥିଲେ, ଯାହା ସେ ପରିଶୋଧ କରିପାରିନଥିଲେ । ଏ ସମ୍ପର୍କରେ ବ୍ୟାଙ୍କ ସନ୍ନି ଦେଓଲଙ୍କ ସମ୍ପତ୍ତି ନିଲାମ ପାଇଁ ଏକ ବିଜ୍ଞାପନ ମଧ୍ୟ ଦେଇଥିଲା । ୨୪ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଏହାର ନିଷ୍ପତ୍ତି ବଦଳାଇ ଦେଇଛି l ଗତକାଲି ସନ୍ନି ଦେଓଲଙ୍କ ବଙ୍ଗଳା ନିଲାମ ବିଷୟରେ ଖବର ସାମ୍ନାକୁ ଆସିଥିଲା l ଏହି ମାମଲା ସନ୍ନି ଦେଓଲଙ୍କ ଜୁହୁ ସମ୍ପତ୍ତି ସହିତ ଜଡିତ ଥିଲା l ତାଙ୍କ ପିତା ଧର୍ମେନ୍ଦ୍ରଙ୍କୁ ମଧ୍ୟ ଏକ ଗ୍ୟାରେଣ୍ଟର୍ ଭାବେ ନାମିତ କରାଯାଇଛି । ଦେୟ ଫେରସ୍ତ ପାଇଁ ବ୍ୟାଙ୍କ ସନି ଦେଓଲଙ୍କ ଜୁହୁ ସମ୍ପତ୍ତି ବିକ୍ରୟ ପାଇଁ ରଖିଥିଲା । ଅଭିନେତା ସନ୍ନି ଦେଓଲ, ଯିଏକି ବର୍ତ୍ତମାନ ‘ଗଦର ୨’ର ସଫଳତାର ପାହାଚ ଚଢୁଛନ୍ତି । ଗାଦର ୨ ର ତାର ସିଂ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଭିଲ୍ଲା ଅଛି l ଏହି ଭିଲ୍ଲାର ନାମ ହେଉଛି ‘ସନ୍ନି ଭିଲ୍ଲା’ l ଏହି ଘରେ ସନ୍ନି ବ୍ୟାଙ୍କ ଅଫ୍ ବରୋଦା ଠାରୁ ୫୬ କୋଟି ଟଙ୍କା ଋଣ ନେଇଥିଲେ, ଯାହା ସେ ପରିଶୋଧ କରିପାରିନଥିଲେ । ଏହି ଘରକୁ ନିଲାମ କରି ପୁନରୁଦ୍ଧାର ପାଇଁ ବ୍ୟାଙ୍କ ଏକ ବିଜ୍ଞାପନ ଜାରି କରିଥିଲା। ଯାହା ପରେ ବ୍ୟାଙ୍କ ଏକ ବିଜ୍ଞାପନ ଜାରି କରି ଏହାକୁ ଫେରାଇ ନେଇଛି l