
ଓଡିଶା ହାଇକୋର୍ଟରେ ୨ ନୂଆ ବିଚାରପତିଙ୍କ ପାଇଁ ନାଁ ସୁପାରିଶ କରାଯାଇଛି । ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ଦୁଇ ଓଡ଼ିଆ ଆଇନଜୀବୀ ତଥା ଶିବ ଶଙ୍କର ମିଶ୍ର ଏବଂ ଜୁଡ଼ିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ବିଚାରପତି ଭାବେ ସୁପାରିଶ କରିଛନ୍ତି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ କଲେଜିୟମ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଗଷ୍ଟ ୮ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଜଷ୍ଟିସ ଶୁଭାଶିଷ ତଳପାତ୍ର। ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଅବସର ନେବା ପରେ ଜଷ୍ଟିସ ତଳପାତ୍ର ଏବେ ଓଡିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ l ସେ ମୁଖ୍ୟ ବିଚାରପତି ହେବା ପରେ ହାଇକୋର୍ଟରେ ବିଚରାପତି ଆସନ ମଧ୍ୟ ଖାଲି ରହିଥିଲା। ତେବେ ଏନେଇ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟରେ ୨ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି।