
ଏକାସାଙ୍ଗେ ପରଦାରେ ଗଦର-୨ ସହ ଓଏମଜି-୨ ଆଜି ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-୨ ଏବଂ ଓଏମଜି-୨ । ଆଜି ଫିଲ୍ମି ଫ୍ରାଇଡେ’ରେ ସୁପର ଧମାକା କରିବେ ସନ୍ନି ଦେଓଲ୍ ଓ ଅକ୍ଷୟ କୁମାର । ୨୨ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ ଓଏମଜି-୨ ରେ ଦେଖିବେ ଦର୍ଶକ । ସନି ଦେୱଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ଦେଖିବା ପାଇଁ ସିନେମା ହଲ ଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ୨୦୦୧ ମସିହାରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଗଦର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ୨୨ ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଛି । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ ରହିଥିଲା । ମୂଳ ଚଳଚିତ୍ର ଗଦର-ଏକ ପ୍ରେମ କଥାରେ ସନି ଦେୱଲ ତାରା ସିଂ ଏବଂ ଅମିଷା ପଟେଲ ସକିନା ଭୂମିକାରେ ଅଭିନୟ କରିଥିଲେ । ‘ଗଦ୍ଦର-୨’ରେ ମଧ୍ୟ ଏହି ଯୋଡ଼ି ପୁଣି ଥରେ ନଜର ଆସିଛନ୍ତି । ଗଦରର ପ୍ରଥମ ଭାଗରେ କାହାଣୀ ଯେଉଁଠୁ ସରିଥିଲା ସେଇଠୁ ପୁଣି ଆରମ୍ଭ ହେଉଛି ଗଦ୍ଦର-୨ । ଫିଲ୍ମର ଟ୍ରେଲର ରିଲିଜ୍ ଠାରୁ ଆରମ୍ଭ କରି ଆଡଭାନ୍ସ ବୁକିଂ ପର୍ଯ୍ୟନ୍ତ ‘ଗଦର-୨’ ଖୁବ ଚର୍ଚ୍ଚାରେ ରହିଛି । ‘ଗଦର ୨’ର ଆଡଭାନ୍ସ ବୁକିଂରେ ବ୍ରହ୍ମାସ୍ତ୍ରକୁ ଟକ୍କର ଦେଉଛି ଏବଂ ‘ପଠାନ’ ପରେ ଚଳିତ ବର୍ଷର ଦ୍ୱିତୀୟ ସର୍ବୋଚ୍ଚ ଆଡଭାନ୍ସ ବୁକିଂ ଚଳଚ୍ଚିତ୍ର ହୋଇପାରିଛି । ଅନ୍ୟପଟେ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଓଃ ମାଇଁ ଗଡ଼ ୨’ ମଧ୍ୟ ଆଜି ପରଦାକୁ ଆସିଛି । ପୂର୍ବରୁ ରିଲିଜ ହୋଇଥିବା ଓଏମଜି-୨ର ଟ୍ରେଲର ଏବଂ ଗୀତକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ବର୍ତ୍ତମାନ ଫିଲ୍ମଟି ରିଲିଜ ହୋଇସାରିଛି। ଓଏମଜି ର ପ୍ରଥମ ଭଗଟି ୨୦୧୨ରେ ଆସିଥିଲା l ଏଥିରେ ମଧ୍ୟ ଅକ୍ଷୟ କୁମାରଙ୍କ ସହ ପରେଶ ରାୱଲ ନିଜ ଅଭିନୟ ବଳରେ ଦର୍ଶକଙ୍କ ମନ ଜିତିଥିଲେ l ଏବେ ଦୀର୍ଘ ୧୧ବର୍ଷ ପରେ ପୁଣି ଏହାର ଦ୍ଵିତୀୟ ଭାଗ ଆଜି ପାରଦକୁ ଆସିଛି l ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି । ଟିଜରରେ ଦେଖାଯାଇଥିବା ତାଙ୍କର ଏହି ସଂଳାପ ହିନ୍ଦୁ ପୁରାଣର ଏକ କାହାଣୀ ଉପରେ ଆଧାରିତ । ତେବେ ଟ୍ରେଲର ରିଲିଜ ହେବା ପରେ କିଛି ସିନକୁ ନେଇ ଫିଲ୍ମଟି ବିବାଦକୁ ଆସିଥିଲା । ଏହାପରେ ସେଥିରୁ କିଛି ସିନ କୁ ନିର୍ଦେଶକ କାଟିବା ପରେ ଆଜି ଏହା ରିଲିଜ ହୋଇଛି