
ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା ନବୀନ-ଶାହା ଙ୍କୁ । ଲୋକସେବା ଭବନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଉଭୟ ନବୀନ-ଶାହାଙ୍କୁ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି । ଲୋକସେବା ଭବନରେ ୨ଟି ଏନଏଚ ପ୍ରକଳ୍ପର ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟେରରୁ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ସହ କାମାକ୍ଷାନଗର-ଡୁବୁରି ୪ ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି ଅମିତ ଶାହ ।
ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସରକାରଙ୍କ ସହ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନକ୍ସଲ ଦମନ ଓ ବିପର୍ଯ୍ୟୟ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ଶାହ ଓ ଏହାପରେ ଶାହ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ । ଅମିତ ଶାହ ଙ୍କ ଭବ୍ୟ ସ୍ୱାଗତ ପାଇଁ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସେଠାରେ ହେବାକୁ ଥିବା ଦଳୀୟ ବୈଠକରେ ଉପସ୍ଥିତ ରହିବେ ଅମିତ ଶାହ । ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏକ ରୁଦ୍ଧଦ୍ୱାର ବୈଠକରେ ଦଳୀୟ କାର୍ଯ୍ୟକର୍ତା ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ଆଗାମୀ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ସହ ଆଗାମୀ କାର୍ଯ୍ୟକ୍ରମ ଓ ରଣନୀତି ପ୍ରସ୍ତୁତି କରାଯିବ ବୋଲି କୁହାଯାଇଛି ।