
କେନ୍ଦୁଝର ଜିଲ୍ଲାରେ ଏକ ବଡ଼ ଧରଣର ଟ୍ରକ ଦୁର୍ଘଟଣା ଘଟିଛି l କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ଘଟିଛି ଏ ଦୁର୍ଘଟଣା । ଦୁର୍ଘଟଣା ପରେ ଟ୍ରକଟି ସଂପୂର୍ଣ୍ଣ ଜଳିଯାଇଛି । ଗୋଟେ ଟ୍ରକ ପଛରୁ ଆଉ ଏକ ଟ୍ରକ କୁ ଧକ୍କା ଦେଇଛି l ଧକ୍କା ଦେବା ପରେ ସେଥିରୁ ଗୋଟିଏ ଟ୍ରକ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଜି ଭୋରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ଟ୍ରକ ଦ୍ରୁତ ଗତିରେ ଆସି ଅନ୍ୟ ଏକ ଟ୍ରକର ପଛକୁ ପିଟିଛି । ଫଳରେ ବଡ଼ ଧରଣର ଧକ୍କା ହେବା ପରେ ସେହି ଟ୍ରକରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଛି । ଏଥିରେ ଥିବା ଡ୍ରାଇଭର ଗାଡିରୁ ବାହାରି ନ ପାରି ଜୀବନ୍ତ ଜଳିଯାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଦୁଇଟି ଟ୍ରକ କୋଲାକାତା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଅନ୍ୟ ଟ୍ରକଟି ଖୁବ ଜୋରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଯେଉଁଥିପାଇଁ ଡ୍ରାଇଭର ଜଣଙ୍କ ନ ବାହାରି ପାରି ଜିଅନ୍ତା ଜଳି ଯାଇଥିଲେ । ନିଆଁ ଲାଗିବା ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲା । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଆୟତ୍ତ ସହ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ଘଟଣାଟି ଖୁବ୍ ଭୟଙ୍କର ଥିଲା l ଆଖିପିଛୁଳାକେ ଟ୍ରକ ଟି ଜଳି ଯାଇଥିଲା l କେହି ଚାହିଁ ବି ଡ୍ରାଇଭର ଜଣକୁ ବଞ୍ଚାଇ ପାରିନଥିଲେ l