
ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିପାରେ । ଅବସର ନେଇ ପାରନ୍ତି ଭାରତୀୟ ଦଳର ସୁଇଂ କିଙ୍ଗ୍ ଭୁବନେଶ୍ୱର କୁମାର । ଏନେଇ ସେ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡଲ ଜରିଆରେ ସୂଚନା ଦେଇଛନ୍ତି । ଭୁବନେଶ୍ୱର କୁମାର ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଟିମ ଇଣ୍ଡିଆର ଏହି ଦ୍ରୁତ ବୋଲର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହି ଆସୁଛନ୍ତୁ । ନଭେମ୍ବର ୨୦୨୨ରେ ଭୁବନେଶ୍ୱର ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଟିମ ଇଣ୍ଡିଆକୁ ଆଉ ଫେରି ନାହାନ୍ତି । ନିକଟରେ ଭୁବନେଶ୍ୱର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ବାୟୋରେ ପରିବର୍ତ୍ତନ କରିଛନ୍ତି । ଯେଉଁଥିରେ ସେ ତାଙ୍କ ବାୟୋରୁ ‘କ୍ରିକେଟର’ ଶବ୍ଦକୁ ହଟାଇ ଦେଇଛନ୍ତି । ପୂର୍ବରୁ ବାୟୋରେ ‘ଇଣ୍ଡିଆନ୍ କ୍ରିକେଟର’ ଥିବା ବେଳେ ବର୍ତ୍ତମାନ କେବଳ ‘ଇଣ୍ଡିଆନ’ ରହିଛି । କିନ୍ତୁ ‘କ୍ରିକେଟର’ ଶବ୍ଦକୁ ସେ ହଟାଇ ଦେଇଛନ୍ତି । ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ଅବସର ନେଇ ଆଲୋଚନା ଆରମ୍ଭ ହୋଇଛି । ୩୩ ବର୍ଷୀୟ ଏହି ଷ୍ଟାର ବୋଲରଙ୍କର ଏହି ନିଷ୍ପତ୍ତି ତାଙ୍କ ଅବସରକୁ ଇସାରା ଦେଉଥିବା ଚର୍ଚ୍ଚା ହେଉଛି ବୋଲି ଏବେ ଚର୍ଚ୍ଚା ଚାଲିଛି । କିନ୍ତୁ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଏବେ ବି ‘ଇଣ୍ଡିଆନ୍ କ୍ରିକେଟର’ ରହିଛି । ତେବେ ଭୁବନେଶ୍ୱରଙ୍କୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଏଯାଏଁ ମିଳିପରି ନାହିଁ । କିନ୍ତୁ ଇନଷ୍ଟାଗ୍ରାମର ଏପରି ବାୟୋରେ ପରିବର୍ତନ ତାଙ୍କ ଫ୍ୟାନସ ମାନଙ୍କୁ ଦୁଃଖିତ କରିଛି l ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ମହାକୁମ୍ଭ । ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ମାସ ବାକି ରହିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ କରିବାରେ ବ୍ୟସ୍ତ ଅଛି ଟିମ ଇଣ୍ଡିଆ । ବିଶ୍ୱକପରେ କେଉଁ ଖେଳାଳିଙ୍କୁ ନେଇ ଦଳ ଶକ୍ତିଶାଳୀ ହେବ, ସେଥିପାଇଁ ଚାଲିଛି ପରୀକ୍ଷା। ଦିନିକିଆ ବିଶ୍ୱକପରେ ଭାରତର ସବୁଠୁ ଅଭିଜ୍ଞ ଖେଳାଳି ହୋଇଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି ପ୍ରଶଂସକଙ୍କୁ ବୋହୁମାତ୍ରାରେ ନିରାଶ କରିଛି । କିନ୍ତୁ ତାଙ୍କ ନିଜସ୍ୱ ପ୍ରତିକ୍ରିୟା ମିଳିନଥିବାରୁ ଏଯାଏଁ କିଛି ସ୍ପଷ୍ଟ ଜଣ ପଡିପାରିନାହିଁ l