ସମ୍ବଲପୁର : ସମ୍ବଲପୁରରେ ମହାନଦୀର ଚାଉଁରପୁର ବ୍ରିଜ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ଗୋବିନ୍ଦତୋଲା ଅଞ୍ଚଳର ବୋଲି ଜଣାପଡିଛି। ପୋଲ ଉପରେ ତାଙ୍କ ସ୍କୁଟି, ଚପଲ ଓ ମୋବାଇଲ ଫୋନ ମିଳିଛି l ଏସବୁ ପୋଲ ୱାରି ମିଳିଥିବାରୁ ସେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ନିଖୋଜ ଯୁବକ ହେଲେ ସମୀରଣ ପ୍ରଧାନ । ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି । ହୀରାକୁଦର ଜଳଭଣ୍ଡାରର ୧୨ଟି ଗେଟ୍ ଖୋଲାଯାଇଥିବା ବେଳେ ପାଣି ସ୍ରୋତ ଅଧିକ ରହିଛି । ତେଣୁ ଖୋଜାଖୋଜି ସମ୍ଭବପର ହୋଇପାରୁନାହିଁ l ତଥାପି ଅଗ୍ନିଶମ ବାହିନୀ ନିଜ ଚେଷ୍ଟା ଜାରି ରଖିଛି । ହୁଏତ କୌଣସି ସମସ୍ୟା ନେଇ ବ୍ୟକ୍ତିଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l ହେଲେ ଏବେ ସଠିକ ରୂପେ କିଛି ସ୍ପଷ୍ଟ ହେଇପାରୁନାହିଁ l ଯୁବକ ଜଣଙ୍କର ମିଳିବା ପରେ ହୁଏତ କିଛି ଜଣ ପଡିପାରେ l