
ଭୁବନେଶ୍ୱର : ରେଳଧାରଣାରୁ ମିଳିଛି ଏକ ଦମ୍ପତିଙ୍କ ମୃତଦେହ । ଖଣ୍ଡବିଖଣ୍ଡିତ ଭାବେ ପଡି ରହିଥିଲା ମରଶରୀର । ଭୁବନେଶ୍ୱର ବମିଖାଲ ରେଳ ଧାରଣା ନିକଟରେ ଏହି ଅଘଟଣ ଦେଖିବାକୁ ମିଳିଛି । ମୃତକ ଦୁଇ ଜଣ କଟକ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ବମିଖାଲ ରେଳ ଧାରଣାରେ ପଡି ରହିଥିବା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ପ୍ରଥମେ ସ୍ଥାନୀୟ ଲୋକେ ରେଳ ଧାରଣା ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ ।

ଏହାପରେ ତୁରନ୍ତ ଜିଆର୍ପିକୁ ଖବର ଦିଆଯାଇଥିଲା। ଜିଆର୍ପି ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ ସଠିକ୍ କାରଣ ଏବେ ଯାଏଁ ଜଣାପଡିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ଘଟଣା ଉପରୁ ପରଦା ହଟିପାରିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି । ତେବେ ଦମ୍ପତିଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ଜଣାପଡିଥିବା ବେଳେ ପରିଚୟ ଏବେ ଯାଏଁ ସ୍ପଷ୍ଟ ହୋଇପାରିନାହିଁ ।