
ଭୁବନେଶ୍ଵର: ହିନ୍ଦୁ ଧର୍ମ ଏବଂ ପରମ୍ପରାରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯାହାକୁ ଆଧାର କରି ଆମେ ଏ ସଂସାର ଏବଂ ଏ ସୃଷ୍ଟି ବିଷୟରେ ଅନେକ କଥା ଜାଣିଥାନ୍ତି । ତେବେ ଏହି ପୁରାଣ ଶାସ୍ତ୍ର ମଧ୍ୟରେ ଗୋଟିଏ ହେଉଛି ମାଳିକା, ଯେଉଁଥିରେ ସମଗ୍ର ପୃଥିବୀରେ ଆଗକୁ ହେବାକୁ ଥିବା ଅନେକ ଘଟଣା ଦୁର୍ଘଟଣା ବିଷୟରେ ଭବିଷ୍ୟବାଣୀ ଉଲ୍ଲେଖ ଅଛି । ଯାହାର ଭବିଷ୍ୟବାଣୀ ଶ୍ରୀ ଅଚ୍ୟୁତାନନ୍ଦ କରିଛନ୍ତି । ଏଥିସହିତ ଏହି ଭବିଷ୍ୟବାଣୀଗୁଡିକ ଧିରେ ଧିରେ ସତ ମଧ୍ୟ ପ୍ରମାଣିତ ହେଉଛି । ତେବେ ଏହି ମାଳିକାରେ ରାଜ୍ୟର ପୁରାତନ ସହର କଟକକୁ ନେଇ ମଧ୍ୟ ଏକ ଭବିଷ୍ୟବାଣୀ ହୋଇଛି । ଯାହାକୁ ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଓଡିଶାର ମୁଖ୍ୟ ବ୍ୟବସାୟ ସ୍ଥଳୀ କଟକ ସହରକୁ ନେଇ ମାଳିକାରେ ଏକ ବଡ ଘଟଣା ସାମ୍ନାକୁ ଆସିଛି ।
କଟକରେ ଆଗକୁ କାଳ ଲୀଳା କରିବେ । କଳିଯୁଗ ଶେଷ ସମୟରେ କଟକରେ ନୂଆ ରେଳ ରାସ୍ତା ତିଆରି ହେବ । ଆଉ ରେଳ ରାସ୍ତା କାମ କେଉଁଠାରୁ ଆରମ୍ଭ ହେବ ତାହା ବି ମାଳିକାରେ କୁହାଯାଇଛି । ତେବେ କଟକର ସବୁଠାରୁ ବଡ ନଦୀ ମହାନଦୀରେ ଯେତେବେଳେ ନୂଆ ରେଳ ରାସ୍ତା ହେବ ତାହା କଳିଯୁଗର ଅନ୍ତ ସମୟ ବୋଲି ମାଳିକାରେ କୁହାଯାଇଛି । ଏହାପରେ କଟକରେ ହିଂସା ଆରମ୍ଭ ହେବ ଏବଂ ଦିନରେ ଆକାଶରୁ ଉଲ୍କା ପଡିବ । ମାଳିକାରେ ଉଲ୍ଲେଖ ଅଛି ଯେ, ରାଣିହାଟଠାରୁ ତୁଳଶୀପୁର ପର୍ଯ୍ୟନ୍ତ ରକ୍ତର ନଦୀ ବୋହିବ । ଏଥିସହିତ କଟକର ଚାନ୍ଦୀନି ଚୌକର ଏକ ସ୍ଥାନରେ ହିନ୍ଦୁ ମୁସଲମାନଙ୍କ ଭିତରେ ଯୁଦ୍ଧ ଆରମ୍ଭ ହେବ । ଆଉ ଏହି ଘଟଣା ମଙ୍ଗଳବାରେ ଘଟିବ ବୋଲି ମଧ୍ୟ ମାଳିକାରେ ଉଲ୍ଲେଖ ରହିଛି ।
ସେହି ସମୟରେ ହନୁମାନ ଗର୍ଜନ କରି ଉଠିବା ସହ କଟକରେ ମହାସମର ଲାଗିବ । ଏତତ୍ ବ୍ୟତୀତ ପଶ୍ଚିମ ଦିଗରୁ ସୈନ ଆସି କଟକରେ ପ୍ରବେଶ କରିବେ । ଆଉ ସେହି ଦିନ କିଛି ଛଦ୍ମବେଶୀ ମୁସଲମାନ ସୈନ କଟକରେ ପ୍ରବେଶ କରିବେ । ପ୍ରଥମେ ସେମାନେ ହଣାକଟା ଆରମ୍ଭ କରିବେ । ଆଉ ସେହି ସମୟରେ ହନୁମାନ ଗର୍ଜନ କରି ଉଠିବେ । ତେବେ ମାଳିକା ଶାସ୍ତ୍ର ଅନୁଯାୟୀ କଟକର ବଳଦା ଶାସନରେ ପ୍ରଭୁ ହନୁମାନ ଜନ୍ମ ନେଇ ସାରିଛନ୍ତି । ଭକ୍ତମାନେ ସେଠାରେ ମହାସଂଗ୍ରାମ ଦେଖିବେ । ତେବେ ୨୦୨୬ ମସିହାରେ ଏହି ଘଟଣା ଘଟିବ ବୋଲି ମହାପୁରୁଷ କହିଛନ୍ତି ।
କେବଳ କଟକ ନୁହେଁ ଏ ଯୁଦ୍ଧ ଭୁବନେଶ୍ୱର ପର୍ଯ୍ୟନ୍ତ ମଧ୍ୟ ବ୍ୟାପିବ । ଏହି ଯୁଦ୍ଧ ୩ ପକ୍ଷ ଏବଂ ୩ ମାସ ଚାଲିବ । ଯାହାର ଅର୍ଥ ହେଉଛି ୩ ପକ୍ଷ କହିଲେ ୪୫ ଦିନ ଏବଂ ତିନି ମାସର ଅର୍ଥ ୯୦ ଦିନ । ତେବେ ଏହି ଯୁଦ୍ଧ ସର୍ବମୋଟରେ ୧୩୫ ଦିନ ଚାଲିବ ବୋଲି କୁହାଯାଇଛି । ଯୁଦ୍ଧ ଏତେ ଭୟଙ୍କର ହେବ ଯେ,ଖୋର୍ଦ୍ଧା ପର୍ଯ୍ୟନ୍ତ ରକ୍ତର ନଦୀ ବ୍ୟାପିବ । ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିବେ । ତେବେ ମୀନ ରାଶିରେ ଶନି ଚଳନ ଯୋଗୁଁ ଏଭଳି ସମସ୍ୟା ଉପୁଯିବ ବୋଲି ଉଲ୍ଲେଖ କରିଛି ମାଳିକା ।