
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଆସିଲା ଖୁସି ଖବର। ପିଏମ କିଷାନ ଟଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍ । ଆସନ୍ତା ଜୁନ୍ ମାସରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ତେବେ କେଉଁ ତାରିଖରେ ମିଳିବ ସେ ନେଇ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ତେବେ ଗତ ଫେବୃଆରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ଜାରି କରିଥିଲେ ।
ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପ୍ରତ୍ୟେକ କିସ୍ତି ଚାରି ମାସର ବ୍ୟବଧାନରେ ଜାରି କରାଯାଏ। ଏହି ଅନୁସାରେ, ଯୋଜନାର ପରବର୍ତ୍ତୀ କିସ୍ତି ଫେବୃଆରୀର ଚାରି ମାସ ପରେ ଅର୍ଥାତ୍ ଜୁନ୍ ମାସରେ ଜାରି କରାଯାଇପାରେ । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଜୁନ ମାସରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ ତମ କିସ୍ତି ଜାରି କରିପାରନ୍ତି। ତଥାପି, ସରକାରଙ୍କ ଦ୍ୱାରା ଏପରି କୌଣସି ସୂଚନା ଆନୁଷ୍ଠାନିକ ଭାବରେ ସେୟାର କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯.୮ କୋଟିରୁ ଅଧିକ ଚାଷୀଙ୍କୁ ୨୨ ହଜାର କୋଟି ଟଙ୍କାରୁ ଅଧିକ ରାଶି ପଠାଇଥିଲେ। ଏହି ଚାଷୀଙ୍କ ମଧ୍ୟରୁ ୨.୪୧ କୋଟି ମହିଳା ଚାଷୀ ଥିଲେ।
ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି । ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନା । ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ଫେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ।ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୭ଟି କିସ୍ତି ପଠାଯାଇସାରିଲାଣି । ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ୨ହଜାର ଟଙ୍କା ପଠାଯାଏ।
ଯଦି ଜଣେ କୃଷକ ନିଜର ଚାଷ ଜମିକୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରୁନାହାଁନ୍ତି, ଅନ୍ୟ କାମ ପାଇଁ କିମ୍ବା ଅନ୍ୟମାନଙ୍କ ଜାମିରେ ଚାଷ କାର୍ଯ୍ୟ କରନ୍ତି ଏବଂ ସେହି ଜମିଟି ତାଙ୍କର ନୁହେଁ, ଏହିପରି ଚାଷୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।ଯଦି ଜଣେ କୃଷକ ଚାଷ କରୁଛନ୍ତି, କିନ୍ତୁ ଜମି ତାଙ୍କ ବାପା ପିତା କିମ୍ବା ଜେଜେବାପାଙ୍କ ନାମରେ ଅଛି, ତେବେ ସେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ ।ଯଦି ଜଣେ ବ୍ୟକ୍ତି ଜମିର ମାଲିକ, କିନ୍ତୁ ସେ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ, ଏବେକାର କିମ୍ବା ପୂର୍ବତନ ସାଂସଦ, ବିଧାୟକ, ମନ୍ତ୍ରୀ ଅଛନ୍ତି ତେବେ କିଷାନ ଯୋଜନା ପାଇଁ ମଧ୍ୟ ଏହିପରି ବ୍ୟକ୍ତି ଅଯୋଗ୍ୟ ବିବେଚିତ ହେବେ।ବୃତ୍ତିଗତ ପଞ୍ଜୀକୃତ ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଅଯୋଗ୍ୟ ତାଲିକାରେ ଆସିଥାନ୍ତି । ଇନକମ୍ ଟ୍ୟାକ୍ସ ଦେଉଥିବା ପରିବାରଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ନାହିଁ ।