
ନୂଆଦିଲ୍ଲୀ: ଭାରତରେ ପହଞ୍ଚିଛି ମୋଷ୍ଟ ୱାଣ୍ଟେଡ୍ ତହବୁର ରାଣା । ଆମେରିକାରୁ ସ୍ଵତନ୍ତ୍ର ବିମାନରେ ଆସି ଦିଲ୍ଲୀରେ ପହଞ୍ଚିଥିବା ନେଇ ସୂଚନା ମିଳିଛି । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ତହବୁର ରାଣା । ଦିଲ୍ଲୀରେ ପହଞ୍ଚିବା ପରେ କଡ଼ା ସୁରକ୍ଷାରେ ତାକୁ NIA ମୁଖ୍ୟାଳୟକୁ ନିଆଯାଇଛି । ଏହାର ୨୪ ଘଣ୍ଟା ଭିତରେ ତାକୁ କୋର୍ଟରେ ହାଜର କରାଯିବ ।
ରାଣାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି। ଅତ୍ୟଧିକ ସୁରକ୍ଷା ପାଇଁ ଏହି ବିମାନରେ ଭାରତୀୟ ଗୁପ୍ତଚର ତଥା ଅନୁସନ୍ଧାନକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିମାନବନ୍ଧରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥାର ଅନୁପାଳନ କରାଯାଇଥିଲା। ଦିଲ୍ଲୀର ପଲାମ ବିମାନ ବନ୍ଦରରେ ରାଣାକୁ ନବା ପାଇଁ ବୁଲେଟ ପ୍ରୁଫ ଗାଡି ସାଙ୍ଗକୁ ସଶସ୍ତ୍ର କମାଣ୍ଡୋମାନେ ମୃତ୍ତୟନ ରହିଥିଲେ। ଆମେରିକାର ନ୍ୟାୟପାଳିକାର ସୁପାରିଶ ଅନୁଯାୟୀ, ରାଣାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରାଣାଙ୍କୁ ପ୍ରଥମ କିଛି ସପ୍ତାହ ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସିର ହେପାଜତରେ ରଖାଯାଇପାରେ।
ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ତଦାରଖ କରୁଛନ୍ତି। ତାହବୁର ରାଣା ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାଙ୍କର ଜଣେ ସକ୍ରିୟ ସଦସ୍ୟ। ମୁମ୍ବାଇ ଆକ୍ରମଣ ଯୋଜନା କରିବା ପାଇଁ ରାଣା ତାଙ୍କ ସହଯୋଗୀ ଡେଭିଡ କୋଲେମାନ ହେଡଲି ଓରଫ ଡାଭଡ ଗିଲାନିଙ୍କୁ ଭାରତରେ ଅନୁସନ୍ଧାନ କରିବାରେ ସାହାଯ୍ୟ କରିଥିଲେ। ରାଣା ହେଡଲିଙ୍କୁ ଏକ ପାସପୋର୍ଟ ପଦେଇଥିଲେ ଯାହା ଦ୍ୱାରା ସେ ଭାରତ ଆସି ଏହି ଆକ୍ରମଣ କରିପାରିବେ।
୨୬/୧୧ ଘଟଣାର ମାଷ୍ଟରମାଇଣ୍ଡ୍ ହେଉଛି ତହବୁର ରାଣା । ଆଇଏସଆଇ ଏବଂ ଲସ୍କର-ଏ-ତୈବାର ସଦସ୍ୟ ହେଉଛି ରାଣା । ରାଣାଙ୍କୁ ଡେଭିଡ୍ କୋଲମ୍ୟାନ୍ ହେଡଲିର ଜଣେ ଘନିଷ୍ଠ ସହଯୋଗୀ । ଆକ୍ରମଣ ପୂର୍ବରୁ ତହବୁର ଏବଂ ହେଡଲିଙ୍କ ମଧ୍ୟରେ ଅନେକ ବୈଠକ ହୋଇଥିଲା । ଗିରଫ ହେଡଲି ବୟାନରେ ରାଣା ନାଁ ନେଇଥିଲା । ହେଡଲି ହେଉଛି ସେହି ଆତଙ୍କବାଦୀ ଯିଏ ଆକ୍ରମଣ ପୂର୍ବରୁ ମୁମ୍ବାଇ ଆସିଥିଲା । ମୁମ୍ବାଇର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରେକି କରିଥିଲା । ମୁମ୍ବାଇକୁ ଆଇଏସଆଇ ଏବଂ ପାକିସ୍ତାନ ପଠାଇଥିଲା ଲସ୍କର-ଏ-ତୈବାର ଆତଙ୍କୀ । ପ୍ରତ୍ୟର୍ପଣ ପାଇଁ ଭାରତ ଆମେରିକା ନିକଟରେ ଦୀର୍ଘଦିନ ହେବ ଦାବି କରୁଥିଲେ । କିନ୍ତୁ ପ୍ରତ୍ୟର୍ପଣରୁ ବଞ୍ଚିବାକୁ ବାରମ୍ବାର ଆମେରିକା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି ଫେଲ ମାରିଥିଲା ରାଣା । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଶାସନ ଆତଙ୍କୀର ପ୍ରତ୍ୟର୍ପଣ ପାଇଁ ଦେଇଥିବା ପ୍ରତିଶ୍ରୁତି ଏବେ ପୂରା ହୋଇଛି ।