ଭୁବନେଶ୍ଵର: ‘ମୋ ପୁଅ ତ ଚାଲିଗଲା….ମୁଁ ମୋ ପୁଅକୁ ତ ଆଉ ପାଇବିନି..ମୋ ପୁଅର ଅର୍ଗାନ ଆଉ କାହା ଦେହରେ ଲାଗିଲେ ଆଉ ଗୋଟେ ମାଆ ଖୁସି ହେବ । ମୁଁ ବହୁତ ଗର୍ବିତ ତା ଅର୍ଗାନ୍ ଆଉ କାହା ଦେହରେ ଲାଗିଲା।’ ଏ ହେଉଛି କୁନି ପୁଅକୁ ହରାଇ ଆତ୍ମହରା ହେଉଥିବା କୁନି ପୁଅ ଜନ୍ମେଶର ମା’ଙ୍କ ଅକୁହା କଥା । ସାନ ସିନା ଦାନ ତା ମହାନ । କଥାଟିର ସତ୍ୟତା ପୁଣି ଥରେ ଉଦାହରଣ ସହ ବୁଝାଇଦେଲା ଏହି କୁନି ପୁଅ ଟି । ଜୀବନ ସିନା ଚାଲିଗଲା, ହେଲେ ଅନ୍ୟମାନଙ୍କ ଜୀବନ ବଞ୍ଚାଇ ଚାଲିଗଲେ । କିଡନୀ, ଲିଭର ଦାନ କରି ଅମର ହୋଇଗଲା ଜନ୍ମେଶ ଲେଙ୍କା । ବର୍ଷକର ପିଲାର ମୃତ୍ୟୁ ପରେ କିଡନୀ ଲିଭର ଦାନ କଲା ପରିବାର । ଜନ୍ମେଶର ଘର ରାଉରକେଲା । ବାପା ଏମ୍ସ ହସ୍ପିଟାଲରେ ଚାକିରି କରୁଥିବାରୁ ଭୁବନେଶ୍ୱର କଳିଙ୍ଗ ବିହାରରେ ରୁହନ୍ତି ।
ସୂଚନା ଅନୁସାରେ, ସୂଚନା ଅନୁସାରେ, ୧୦ ଦିନ ତଳେ କାନ୍ଦୁଥିବାବେଳେ ହଠାତ୍ ଜନ୍ମେଶର ହାର୍ଟ ଚୋକ ହୋଇ ଯାଇଥଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୀର୍ଘଦିନର ଉଦ୍ୟମ ପରେ ବି ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ଶେଷରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲା କୁନି ପୁଅ ଜନ୍ମେଶ । ନିଜ ଘରର ଛୋଟ ଛୁଆଟିକୁ ହରାଇ ପୁରା ପରିବାର ଧୌର୍ଯ୍ୟହରା ହୋଇ ପଡିଥିବା ବେଳେ ମୃତ ପୁଅର କିଡ୍ନୀ ଓ ଲିଭର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପୁରା ପରିବାର । ଜନ୍ମେଶଙ୍କ କିଡନୀ ଏବଂ ଲିଭରରେ ଏବେ ୨ଜଣଙ୍କ ଜୀବନ ବଞ୍ଚିଯାଇଛି । ଜନ୍ମେଶଙ୍କ ଲିଭର ଦିଲ୍ଲୀର ଜଣେ ପିଲା ଦେହରେ ଲଗାଯାଇଥିବା ବେଳେ କିଡ୍ନୀ ଭୁବନେଶ୍ବର ଜଣେ ପିଲାଙ୍କ ଦେହରେ ଲାଗଛି । ଏସବୁ ଭିତରେ ମଧ୍ୟ କୁନି ପିଲାର ଏ ଦାନ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ପିଲାଟିର ମହତ୍ କାର୍ଯ୍ୟ ପାଇଁ ଶେଷକୃତ୍ୟବେଳେ ତାକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।