ଭୁବନେଶ୍ଵର: କିଡ଼ନୀ ଆମ ଶରୀରର ଏକ ଅତ୍ୟାବଶ୍ୟକ ଅଙ୍ଗ । ଏହା ଆମ ଶରୀରରୁ ଅତିରିକ୍ତ ତରଳ, ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏହା ଶରୀରରେ ଜଳ, ଲୁଣ, ମିନେରାଲଲ୍ସକୁ ସନ୍ତୁଳିତ ପରିମାଣରେ ରଖିବାରେ ସାହାଯ୍ୟ କରେ । ଏହା ବିନା ଶରୀରର ସ୍ନାୟୁ, କୋଷ ଓ ମାଂସପେଶୀ ସଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ ।
କିଡ଼ନୀକୁ ପ୍ରଭାବିତ କରିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ବଢ଼ିଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ କିଡ଼ନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ମୂତ୍ର ଆକାରରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହର କରିବା ସହ ଆମକୁ ସୁସ୍ଥ ରଖିଥାଏ । ହେଲେ ସଚେତନତା ଅଭାବରୁ ଭୁଲ ଖାଇବା ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ ହେତୁ ଏଥିରେ ଛୋଟ ଷ୍ଟୋନ୍ ଜମା ହୋଇଯାଏ, ଯାହାକୁ କିଡନୀ ପଥର କୁହାଯାଏ। କିଡନୀରେ ପଥର ରହିଲେ ଅସହ୍ୟ ଯନ୍ତ୍ରଣା ହୁଏ। ତେବେ ଆପଣଙ୍କର କିଡନୀ ରୋଗ ଅଛି ବୋଲି ଆପଣ କିପରି ଚିହ୍ନଟ କରିବେ ଆସନ୍ତୁ ଜାଣିବା…
କିଡନୀ ରୋଗର ଲକ୍ଷଣ:
-: କିଡନୀ ରୋଗ ହେଲେ ଚର୍ମ କୁଣ୍ଡେଇ ହେବା ସହ ଶୁଷ୍କତା ଓ ତ୍ୱଚା ଫାଟିବା ପରି ସମସ୍ୟା ଦେଖା ଦେଇଥାଏ।
-: ଚର୍ମ ରଙ୍ଗ ଧଳା ହେବାରେ ଲାଗେ ଏବଂ ଖରାପ ଷ୍ଟ୍ରେଚ୍ ମାର୍କ ଦେଖାଯିବା ଆରମ୍ଭ କରେ ।
-: ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସର ଅଭାବ ହେତୁ ନଖ ଦୁର୍ବଳ ଏବଂ ଧଳା ହୋଇଯାଏ ।
-: କିଡନୀ ସମ୍ବନ୍ଧୀୟ ରୋଗ ହେଲେ ହାତ ଏବଂ ପାଦରେ ଫୁଲା ଆରମ୍ଭ ହୁଏ ।
-: କିଛି ଲୋକଙ୍କର ପେଟ ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣା ମଧ୍ୟ ଆରମ୍ଭ ହୋଇଥାଏ ।
-: ପରିସ୍ରା କରିବା ସମୟରେ ଜଳାପୋଡ଼ା ଅନୁଭବ ହୋଇଥାଏ ।